Categories: ଫୁରସତ

ଦୁନିଆର ସବୁଠାରୁ ଏକୁଟିଆ ମଣିଷ

ବ୍ରାଜିଲର ରୋଣ୍ଡୋନିଆ ରାଜ୍ୟରେ ଥିବା ଆମାଜୋନ ଅବବାହିକାର ଗହୀର ଜଙ୍ଗଲ ମଧ୍ୟରେ ଏକ ବ୍ୟକ୍ତିଙ୍କୁ ଠାବ କରାଯାଇଛି। କୁହାଯାଏ ବ୍ୟକ୍ତି ଜଣକ ଶହଶହ କିଲୋମିଟର ପରିବ୍ୟାପ୍ତ ସେହି ଜଙ୍ଗଲରେ ଏକା ବସବାସ କରନ୍ତି। ଯେହେତୁ ସେ ନିଜ ଜନଜାତିର ଅନ୍ତିମ ସଦସ୍ୟ ତେଣୁ ତାଙ୍କୁ ଏଭଳି ଭାବେ ବସବାସ କରିବାକୁ ପଡୁଛି। ‘ଦ ଲାଷ୍ଟ ଅଫ୍‌ ଦ ଟ୍ରାଇବ୍‌’ ନାମରେ ପରିଚିତ ଏହି ବ୍ୟକ୍ତି ଜଣକ ଆଜକୁ ପ୍ରାୟ ୨୨ ବର୍ଷ ହେବ ଏଭଳି ଏକା ରହୁଥିବାର ଦେଖାଯାଇଛି। ସରକାରୀ ଏଜେନ୍ସି ‘ଫୁନାଇ’ ଏହି ବ୍ୟକ୍ତିଙ୍କ ଉପରେ ୧୯୯୬ ମସିହାରୁ ନଜର ରଖି ଆସିଛନ୍ତି। ଉକ୍ତ ଏଜେନ୍ସି ଅନୁଯାୟୀ କୌଣସି ପାରିପାର୍ଶ୍ୱିକ ଅବସ୍ଥା ହେତୁ ବ୍ୟକ୍ତି ଜଣକ ନିଜ ଜନଜାତିର ସମସ୍ତ ସଦସ୍ୟଙ୍କୁ ହରାଇଥିଲେ। ସେବେଠାରୁ ବାହାର ଦୁନିଆକୁ ନିଜର ଶତ୍ରୁ ମଣି ସେ ଏକା ରହିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି। ତେବେ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓ ଅନୁଯାୟୀ ବ୍ୟକ୍ତି ଜଣକ ସେଠାରେ ନିଜର ଏକ କୁଡିଆ ପ୍ରସ୍ତୁତ କରି ରହୁଥିବା ବେଳେ କୁଡିଆ ପାଖରେ କଦଳୀ, ଅମୃତଭଣ୍ଡା ଆଦି ଗଛ ଲଗାଯାଇଥିବାର ମଧ୍ୟ ନଜର ଆସିଛି।

Share