ଦୁବାଇରେ ୧୦ ଓଡ଼ିଆ ଶ୍ରମିକ ନିର୍ଯାତିତ : ଫସିଛନ୍ତି ଦାଦା, ପୁତୁରା

ନୟାଗଡ଼ ଅଫିସ,୩୧।୫-ଦୁବାଇକୁ କାମ କରିବାକୁ ଯାଇଥିବା ୧୦ ଜଣ ଓଡିଆ ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମଧ୍ୟରେ ନୟାଗଡର ୨ଜଣ ଅଛନ୍ତି। ସେଠାରେ ସେମାନେ ନଜରବନ୍ଦୀ ରହିଥିବା ଓ ପାଖରେ ଅର୍ଥ ନ ଥିବାରୁ ଫେରି ଆସି ପାରୁନାହାନ୍ତି। ଫଳରେ ସେଠାରେ ଫସିଥିବା ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିଛନ୍ତି।
ହୋଇଥିବା ଭିଡି଼ଓରୁ ଜଣାପଡିଛି ଯେ, ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଦଲାଲ ମାସକୁ ୩୫ ହଜାର ଟଙ୍କା ଦରମା ମିଳିବ ବୋଲି କହି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୦ ଜଣ ଯୁବକଙ୍କୁ ଦୁବାଇ ପଠାଇଥିଲେ। ଏପରିକି ପ୍ରତ୍ୟେକଙ୍କ ଠାରୁ ୮୦ ହଜାର ଟଙ୍କା ଲେଖାଏ ଅଗ୍ରିମ ମଧ୍ୟ ନେଇଥିଲେ। ୧୧ ମାସ ହେଲାଣି ସେମାନେ ସେଠାରେ କାମ କରୁଥିବା ବେଳେ ସେମାନଙ୍କୁ ଦରମା ଦିଆ ନ ଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ପ୍ରକାଶ କରିଛନ୍ତି। ଫସିଥିବା ୧୦ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ନୟାଗଡ଼ ଜିଲାର ଦୁଇ ଜଣ ଅଛନ୍ତି। ସେମାନେ ହେଲେ ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ କୁରୁଡ଼ଙ୍ଗ ଗ୍ରାମର ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ମିଳିବାରୁ ରୋଜଗାର ଆଶାରେ ଦଲାଲ ଜରିଆରେ ୧୧ ମାସ ତଳେ ଦୁବାଇ ଯାଇଛନ୍ତି। ସେଠାରେ ରହି ସିଣ୍ଟରିଂ କାମ କରୁଛନ୍ତି। ସେମାନଙ୍କୁ ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ପ୍ରତାପଙ୍କ ମାଆ ରମା ପ୍ରକାଶ କରିଛନ୍ତି । ଠିକ୍‌ ଭାବରେ ଖାଇବାକୁ ଦିଆଯାଉନାହିଁ। ସକାଳେ ଭାତ ଡାଲି ଦିଆଯାଉଥିବା ବେଳେ ରାତିରେ ରୁଟି ପିଆଜ ଦିଆଯାଉଛି। ପୁଅ ଏ ନେଇ ଫୋନ୍‌ ଯୋଗେ କହିବା ପରେ ପରିବାର ଲୋକ ବାଲୁଗାଁ ଠାରେ ଥିବା ଦଲାଲଙ୍କୁ ଦେଖା କରିଥିଲେ । ହେଲେ ସେ ସେମାନଙ୍କ କଥାକୁ ଏଡ଼ାଇ ଦେଉଛନ୍ତି। ପୂର୍ବରୁ ପୁଅ ଫୋନ୍‌ କରୁଥିବା ବେଳେ ପାଖାପାଖି ମାସେ ହେଲାଣି ଆଉ ଫୋନ୍‌ କରି ନାହିଁ। ସେମାନେ ସେଠାରେ ନିର୍ଯାତନା ପାଉଥିବା ଓ ଅସହାୟ ହୋଇ ପଡିଥିବା ନେଇ ଭିଡ଼ିଓ ଦେଖିବା ପରେ ପରିବାର ଲୋକ ଆଶା ଆଶଙ୍କାରେ ରହିଛନ୍ତି। ଏ ନେଇ ଗୋଡ଼ିପଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ ନନ୍ଦ କୁହନ୍ତି ଆମେ ଉକ୍ତ ଗ୍ରାମରେ ପହଞ୍ଚତ୍ ବୁଝାବୁଝି କରୁଛୁ । ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ପ୍ରକାଶ କରିଥିଲେ। ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୂୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସି ଅଧ୍ୟକ୍ଷା ଅନାସ୍ଥା ନିର୍ବାଚନ ବାତିଲ: ପୁଣି ଏହି ଦିନ ହେବ ନିର୍ବାଚନ

ନୟାଗଡ଼/ଖଣ୍ଡପଡ଼ା,୧୮ା୯(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା):ନୟାଗଡ଼ ଜିଲା ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ମଙ୍ଗଳବାର ବାତିଲ୍‌ ହୋଇଯାଇଛି। ନିର୍ବାଚନ ଅଧିକାରୀ...

ଆଜି ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ଖଣ୍ଡପଡ଼ା,୧୭।୯(ଅଜୟ କୁମାର ମହାରଣା): ନିର୍ଦ୍ଧାରିତ ସୂଚନାକ୍ରମେ ଦୀର୍ଘ ୪୫ ଦିନ ପରେ ବିରୋଧୀ ବିଜେଡି କାଉନ୍‌ସିଲରଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଖଣ୍ଡପଡ଼ା ଏନ୍‌ଏସି...

ମୋ ଜଙ୍ଗଲ ଜମି ଯୋଜନା ବାଟବଣା

ନୟାଗଡ଼,୧୩।୯(ଲୋକନାଥ ମିଶ୍ର): ମୋ ଜଙ୍ଗଲ ଜମି ଯୋଜନା ନୟାଗଡ଼ ଜିଲାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧନ ନିୟମାବଳି...

ଗଣେଶ ପୂଜା ପାଇଁ ଡ୍ରେସ କିଣି ଫେରୁଥିଲେ ପିଟିଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଦଶପଲ୍ଲା,୭।୯(ଳୋକନାଥ ମିଶ୍ର):ନୟାଗଡ ଜିଲା ଦଶପଲ୍ଲା ଥାନା ଡିହଗାଁ ଛକରେ ବାଇକ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇ...

ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌

ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି।...

ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଟଙ୍କା, ସୁନା ଗହଣା ଲୁଟିନେଲେ ଯୁବକ, ଆଉ ତା’ ପରେ…

ଖଣ୍ଡପଡ଼ା,୪ା୯(ଅଜୟ କୁମାର ମହାରଣା): ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଜଣେ ଯୁବକ ସୁନା ଗହଣା ଓ ଟଙ୍କା ଲୁଟ୍‌ କରି ନେଇଛନ୍ତି। ଏନେଇ...

ସୁଭଦ୍ରା ଯୋଜନା ଫର୍ମ ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼

ରଣପୁର,୩ା୯(ସୁକାନ୍ତ କିଶୋର ଡାକୁଆ): ସୁଭଦ୍ରା ଯୋଜନା ଫର୍ମ ପାଇଁ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ...

ଶ୍ରୀଜୀଉଙ୍କ ଦାନ୍ତକାଠି ସେବାରେ ୧୬ ବର୍ଷ

ନୟାଗଡ଼,୪।୯(ଲୋକନାଥ ମିଶ୍ର):ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅପାର ସେପରି ନୀତି ଖଞ୍ଜ(ବ୍ୟବସ୍ଥା) ମଧ୍ୟ ନିଆରା। ଶ୍ରୀଜୀଉଙ୍କ ସେବାରେ ବହୁ ଭକ୍ତ ନିଜକୁ ସମର୍ପି ଅପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri