ଦୁବାଇ ହସ୍ପିଟାଲରେ ପଡିରହିଛି ଓଡ଼ିଆ ମିସ୍ତ୍ରିଙ୍କ ମୃତଦେହ: ଗାଁକୁ ଆଣିବାକୁ ନିବେଦନ କଲେ ସ୍ତ୍ରୀ

ଖଲ୍ଲିକୋଟ/ଛତ୍ରପୁର, ୧୯ା୮ (ଡି.ଏନ.ଏ.)-ଦୁବାଇରେ ଜଣେ ଓଡିଆ ମିସ୍ତ୍ରୀଙ୍କର ୧୬ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଦୁବାଇର ଏକ ହସ୍ପିଟାଲରେ ପଡିରହିଛି। ସେ ହେଲେ ଖଲ୍ଲିକୋଟ ଥାନା ଅଧୀନ ତେନ୍ତୁଳିଆପଲ୍ଲୀ ନିକଟ କୈଠରାଗାଁର ଜୟ ଦଳେଇ (୪୫)। ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛିv ଏ ସମ୍ପର୍କରେ ସେଠାରେ ଥିବା ଜଣେ ସହଯୋଗୀ ତାଙ୍କ ଘର ଲୋକଙ୍କୁ ଫୋନ୍‌ରେ ଜଣାଇଛନ୍ତି ା ମୃତଦେହ ଗଁାକୁ ଆଣିବାର ବ୍ୟବସ୍ଥା କରିବା ପାଇଁ ସ୍ତ୍ରୀ ହାର ଦଳେଇ ଛତ୍ରପୁର ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତିି ା ଏ ସମ୍ପର୍କରେ ଖବର ପାଇ ଶନିବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟ ସହକାରୀ ଶ୍ରମ ଅଧିକାରୀ ଓ ଗ୍ରାମୀଣ ଶ୍ରମ ନିରୀକ୍ଷକ କୈଠରାଗଁାରେ ପହଞ୍ଚି ଘଟଣା ସମ୍ପର୍କରେ ଜୟଙ୍କ ସ୍ତ୍ରୀ ହାରଙ୍କ ବୟାନ ରେକର୍ଡ କରିଛନ୍ତି ା ଏହି ରିପୋର୍ଟକୁ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଉକ୍ତ ଅଧିକାରୀ ଦ୍ୱୟ ଦାଖଲ କରିଛନ୍ତିି ା ହାରଙ୍କ କହିବାନୁଯାୟୀ, ତାଙ୍କ ସ୍ବାମୀ ଜୟ ୯ ବର୍ଷ ଧରି ଦୁବାଇରେ କାମ କରୁଥିଲେ ା ସେ ଗାଁକୁ ଆସିଥିଲେ। ୧୮ ମାସ ପୂର୍ବେ ବାଲୁଗଁା ଥାନା ଅଞ୍ଚଳର ଜଣେ ଏଜେଣ୍ଟ ସଞ୍ଜୟ ସ୍ବାଇଁଙ୍କ ମାଧ୍ୟମରେ ଜୟ ପୁଣି ଦୁବାଇକୁ କାମ କରିବାକୁ ଯାଇଥିଲେ ା ସେଠାରେ ଏଏସ୍‌ଜିସି କନ୍‌ଷ୍ଟ୍ରକ୍ସନ ମେଟ୍ରୋ ଓ ବିଲଡିଂ କମ୍ପାନୀରେ ମିସ୍ତ୍ରି ଭାବେ କାମ କରୁଥିଲେ। ୧୬ ତାରିଖରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବତ୍ତର୍ର୍ମାନ ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହୋଇନି। ଜୟଙ୍କ ପରିବାର ଗରିବ ଶ୍ରେଣୀର। ତାଙ୍କର ୨ ଝିଅ ଓ ୨ ପୁଅ ଅଛନ୍ତି ା ତାଙ୍କ ମୃତଦେହ ଗଁାକୁ ଆଣିବାକୁ ହାର ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।