ଦୁରଦିନରେ ପରିବାର: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ହେମନ୍ତ

 

ଜାମଟିକ୍ରା, ୧୪।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ପଁଚେତ୍‌ ଅଧୀନ ରଙ୍ଗିଆଟିକ୍ରା ଗଁାର ହେମନ୍ତ ମେହେର(୪୫)କଁର ପରିବାର କହେଲେ ମାଏକିନା ଆର ଦୁଇ ପୁଓ ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ହେମନ୍ତ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ମାସ୍‌କେତେ ତଲେ କାମ୍‌ କଲାବେଲେ ତାକର ଗୋଡ଼ ଭାଂଗିଗଲା। ଧାର ଉଧାର କରି ଚିକିଛା କଲେ। ହେଲେ ଏହେଦେ ଚିକିଛା ଲାଗି ଆହୁରି ଟଁକା ଦରକାର ପଡ଼ୁଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ କେନ୍‌ଥେଇ ଚିକିଛା କରାବେ ସେ ଚିନ୍‌ତାରେ ହେମନ୍ତ ଘାରି ହେଉଛନ୍‌।
ସୂଚନା ଅନ୍‌ସାରେ ରଙ୍ଗିଆଟିକ୍ରାର ହେମନ୍ତ ଆଏଜ୍‌କେ ୬ ମାସ ତଲେ ଗଁାରେ ଝନ୍‌କର କାମ୍‌ କରୁଥିଲେ। କାମ୍‌ କଲାବେଲେ ଲିସାନିରୁ ପଡ଼ି ତାକର ଗୋଡ଼ ଭାଂଗିଗଲା। ଘର ମାଲିକ କିଛି ଟଁକା ଦେଇ ବୁର୍ଲାରେ ତାକର ଚିକିଛା କରାଲେ। ହେମନ୍ତ ନିଜେ ଶଶୁର ଘରୁ, ପାଖପଡ଼ିଶାକରନୁ ଧାର ଉଧାର କରି ଗୋଡ଼ ଅପରେଶନ କରାଲେ। ଗୋଡ଼ରେ ଲୁହା ରଡ୍‌ ଲାଗିଛେ। ସେଥିରଲାଗି ସେ କାମ୍‌ଧଁଦା କରି ନାଇଁପାରବାର। ଇଆଡ଼େ ଘରେ ମାଏକିନାର ଦିହିପା ଠିକ୍‌ ନାଇଁ ରହିବାର। ସେଥିରଲାଗି ସେ କାମ୍‌ବୁତା କରି ନାଇଁପାରବାର। ଏନ୍‌ତାଥି ପାଖ୍‌ପଡ଼ିଶା, ଲାଗେଲେସରକରନୁ ମାଗିଯାଚି ହେମନ୍ତ ପରିବାର ଚଲଉଛନ୍‌। ଇଆଡ଼େ ହେମନ୍ତକଁର ମାସିକ୍‌ ୨ରୁ ୩ ହଜାର ଟଁକା ଉଷୋକଷାରେ ଖରଚ୍‌ ହେଉଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ ୨ରୁ ୩ ହଜାର ଟଁକା ଜୁଗାଡ଼ କରବାରଟା ତାକର ପକ୍ଷେ ଭିଡ଼ ପଡ଼ିଯାଉଛେ। ସେନ୍‌ତା ସରକାରୀ ସୁବିଧା କହେଲେ ହେମନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌ ଆର ପଁଚେତ୍‌ରୁ ମାସିକ ୨୦ କେ.ଜି. ଚାଉଲ ପାଉଛନ୍‌। ମାସ୍‌କେତେଟା ଉତାରୁ ତାକର ଗୋଡ଼ ଅପରେଶନ କରି ଲୁହା ରଡ଼୍‌ ବାହାର କରାଯିବା। ହେଲେ ଇଆଡ଼େ ହାତେ ଟଁକାଟେ ନଁାଇଁନ। ଏନ୍‌ତାଥି ହେମନ୍ତ ଚିନ୍‌ତାରେ ପଡ଼ିଯାଇଛନ୍‌। ଉପେ ଶୂଇନ୍‌ ହେମନ୍ତ ଗଣମାଧ୍ୟମ ଜରିଆରେ ଜିଲା ପରଶାସନ, ସହୁରୁଦ୍‌ ଲୁକ୍‌କୁ ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌। ସେନ୍‌ତା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିଛା ସାହାଯ୍‌ ମିଲ୍‌ଲେ ମୁଇଁ ଠିକ୍‌ ହେଇପାରତି ଆର ଆଘର ଲେଖେଁ କାମ୍‌ବୁତା କରିପାରତି ବଲି ହେମନ୍ତ କହିଛନ୍‌।

Share