ଦୁରଦିନରେ ବୁରୁଧ୍‌ ଦମ୍ପତି: ରାଧାଗୋବିନ୍ଦକଁର ଚିକିଛା ଲାଗି ଟଁକା ଅଭାବ୍‌

 

ଲୋଇସିଂହା, ୮।୧୨(ଡି.ଏନ.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର କୁମ୍ଭାରପଡ଼ାର ରାଧାଗୋବିନ୍ଦ ପୁଟେଲ(୭୦)। ମାଏକିନା ଭଗବତୀ ଆର ପଁାଚ୍‌ ପୁଓକୁଁ ନେଇ ତାକର ପରିବାର ହସଖୁସିରେ ଚାଲିଥିଲା। ରାଧାଗୋବିନ୍ଦ ଆର ଭଗବତୀ ଦୁଖ୍‌ସୁଖ କରି କୁଟୁମ ପୁଷୁଥିଲେ। ହେଲେ ଏହେଦେ ବଏସ୍‌ ଅଧ୍‌କା ହେବାର ଲାଗି ରାଧାଗୋବିନ୍ଦ ଅଁଟା ସଲ୍‌ଖେଇ ଚାଲି ନାଇଁପାରବାର, ଭୁଜ୍‌ନି ହାତ୍‌ କାମ୍‌ ନାଇଁ କରବାର। ଗଲା ଦୁଇ ବଛର ହେଲା ସେ ଖଟେ ପଡ଼ିଛନ୍‌। ଇଆଡ଼େ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରବାର। ନିଜର ଭାଏଗ୍‌କେ ଆଦ୍‌ରି ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ପଡ଼ିରହିଛନ୍‌। ଗଲା ୩ ବଛର ଭିତରେ ସେ ଦୁଇ ବଡ଼ ପୁଓକୁଁ ହରେଇଛନ୍‌। ଏନ୍‌ତାଥି ସେ ଆହୁରି ଭାଂଗି ପଡ଼ିଛନ୍‌। ଇଆଡ଼େ ସାନପୁଓ ତାମିଲନାଡୁକେ ଗଲା ୬ ମାସ ହେଲା ଦାଦନ ଖଟି ଯାଇଛନ୍‌।
ସୂଚନା ଅନ୍‌ସାରେ ରାଧାଗୋବିନ୍ଦକଁର ଜମିବାଡ଼ି ବଲି କିଛି ନାଇଁ, ଖାଲି ଘରଡିହ ଖଁଡ଼େ ରହିଛେ। ସେ ମାଲି ସମାଜର ହେଇଥିଲାବେଲେ ଘର ପାସର ଝନକର ଚାଷ୍‌ ଜମିକେ ବଁଧକ୍‌ ରଖି ପନିପରିବା ଚାଷ୍‌ କରୁଥିଲେ। ସେଥ୍‌ରୁ ସେ ନିଜର ପିଲାଛୁଆକୁ ପାଲପୋଷ କରବାର ସଂଗେ ୪ ପୁଓକୁ ବିହାଚୁରା କରିଥିଲେ। କୁଟୁମ ବଢ଼ଲା ଉତାରୁ ପୁଓମାନେ ଅଲଗେ ରହୁଥିଲେ। ହେଲେ ଗଲା ୩ ବଛର ତଲେ ବଡ଼ ପୁଓ ଘନର ମୁର୍‌ତୁ ହେଇଥିଲା। ଇତାର ବଛ୍‌ରେ ଉତାରୁ ଦୁଇ ନମର ପୁଓ ଦଶରଥକଁର ମୁର୍‌ତୁ ହେଇଥିଲା। ଇ ସବୁ କଥା ଭାଲି ଭାଲି ରାଧାଗୋବିନ୍ଦ ଦିନୁଦିନ୍‌କେ ବଢ଼େ ରୁଗୀଆ ହେଇଯାଉଛନ୍‌। ଧାର ଉଧାର କରି ରାଧାଗୋବିନ୍ଦ ବୁର୍ଡା, ଦିଗଶିରା, ନରିଆବାହାଲି ଲେଖେଁ ଜାଗାକେ ଯାଇ ଚିକିଛା କରଉଛନ୍‌। ହେଲେ କିଛି ଲାଭ୍‌ ନାଇଁ ହେବାର। ତାହାକୁ ଭତା ମିଲୁଛେ, ପଁଚେତ୍‌ରୁ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲରେ ବୁରୁଧ୍‌ ଦମ୍ପତି ଦିନ୍‌ ବିତଉଛନ୍‌। ୬୦ ଟପି ଯାଇଥିଲେ ବି ଆଏଜ୍‌ତକ ମୋତେ ଭତା ନୁହେମିଲେ। ସାନପୁଓର ନଁାରେ ମିଲୁଥିବାର ଚାଉଲ କୁଟାକେ କାଟି ଦିଆଯାଇଛେ। ଇ ବାବ୍‌ଦେ ପଁଚେତ୍‌ କତୁରପକ୍ଷକୁଁ କହେଲେ ବି ନାଇଁ ଶୁନବାର। ମୋର ଆପ୍‌ନେର ଉଷୋକଷା ଖରଚ୍‌ ଆର ଘର ଚଲାବାର ଲାଗି ଇ ବୁଢ଼ି ବଏସେ ବି ମୋତେ ପରହର ଘରେ କାମ୍‌ କରବାକେ ପଡ଼ୁଛେ। ଘରର ଅବସ୍‌ତା ନାଇଁ କହେବାର ଭଲ୍‌। ଘରର କବାଟ ନଁାଇଁନ ଯେ ସିମେଟ ପାଲ ଢାପି ରହୁଛୁଁ। ଆମର ଦୁଖ୍‌ ଶୁନବାକେ କେହି ନାଇଁ ବଲି ଭଗବତୀ ଅଭିଯୋଗ କରିଛନ୍‌। ରାଧାଗୋବିନ୍ଦକଁର ଚିକିଛା ଆର ତାହାକୁ ଗୁଟେ ହ୍ବିଲ ଚେୟାର ଯୁଗେଇ ଦେବାକେ ଦାବି ହେଉଛେ। ଇ ବାବ୍‌ଦେ ଏବିଡିଓ ବିଜୟ କୁମାର ହୋତାକୁଁ ପଚ୍‌ରାଲାରୁ ଆବେଦନ କଲେ ସୋମବାର ତାହାକୁ ହ୍ବିଲ ଚେୟାର ଯୁଗେଇ ଦିଆଯିବା। ଭଗବତୀକଁର ଭତାର ଲାଗି ବେବସ୍‌ତା କରାଯିବା ଆର ତାଲିକାରେ ଥିଲେ ନିହାତି ଭାବେ ଆବାସ ଯୋଜନାରେ ଘର ପାଏବେ ବଲି ସେ କହିଥିଲେ।

Share