ଦୁର୍ଗନ୍ଧରେ ଫାଟୁଛି ଦଣ୍ଡା ରୋଡ୍‌

ଢେଙ୍କାନାଳ ଅଫିସ, ୨୮।୮ – ଢେଙ୍କାନାଳ ପୌରାଞ୍ଚଳ ୧୩ନଂ. ଓ୍ବାର୍ଡ ଅଧୀନ ଦଣ୍ଡାରୋଡ୍‌ରେ ଡ୍ରେନେଜ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଅଣ ଓସାରିଆ ପୁରାତନ ପଥର ଡ୍ରେନ୍‌ରେ ନର୍ଦ୍ଦମା ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ପୂତିଗନ୍ଧମୟ ପରିବେଶରେ ନାକଫାଟୁଛି। ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ପୌର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହାର ସ୍ଥାୟୀ ସମାଧାନ କରିବାକୁ ଓ୍ବାର୍ଡବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ଲଗାଣ ବର୍ଷାରେ ୩ନଂ, ୪ନଂ, ୧୧ନଂ ଏବଂ ୧୨ନଂ. ଓ୍ବାର୍ଡରୁ ପାଣି ସ୍ରୋତ ପ୍ରବାହିତ ହୋଇ ଦଣ୍ଡାରୋଡ୍‌ ଡ୍ରେନ୍‌ରେ ମିଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଡ୍ରେନ୍‌ ପାଣି ସହିତ ବିଷଧର ସାପ, କୀଟ ଘରେ ପଶୁଛନ୍ତି। ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ରୋଗୀ, ଛାତ୍ରୀଛାତ୍ର ଯାତାୟାତରେ କଷ୍ଟ ଭୋଗୁଛନ୍ତି। ବ୍ୟବସାୟୀ, କର୍ମଜୀବୀ କାର୍ଯ୍ୟକ୍ଷେତ୍ରକୁ ଯିବାରେ ନାହିଁ ନ ଥିବା ଦୁର୍ଦ୍ଦଶା ହେଉଛନ୍ତି। ସେହିପରି ଦଣ୍ଡା ସାହି ରାସ୍ତାର ଉତ୍ତର ଦିଗରେ ଥିବା ବସ୍ତିର ଡ୍ରେନ୍‌ ଅଧାପନ୍ତରିଆ ଅବସ୍ଥାରେ ରହିଛି। ସେଠାରେ ମଧ୍ୟ ବର୍ଷାଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି। ଏହି ଦୂଷିତ ଜଳ ଖୋଲା କୂଅରେ ପଶି ପାନୀୟ ଜଳକୁ ପ୍ରଦୂଷିତ କରୁଛି। ପାଇଖାନା ଟାଙ୍କିରେ ପାଣି ପଶୁଥିବାରୁ ସମସ୍ୟା ଅଧିକ ଜଟିଳ ହୋଇପଡୁଛି। ପୁରୁଣା ଘରଗୁଡ଼ିକ ଦବିଯାଉଛି। ହଜାର ହଜାର ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗିରୀଶ ଚନ୍ଦ୍ର ନାଥ, ମୁରଲୀଧର ପଟ୍ଟନାୟକ, ଭରତ ହାତୀ, ପଙ୍କଜ ନାୟକ, ରୁଦ୍ରାନ୍ତ କୁମାର ଦଳେଇ, ଉପେନ୍ଦ୍ରନାଥ ସ୍ବାଇଁ, ସୁନାକର ଲେଙ୍କା, ଜିତେନ୍ଦ୍ର ବରାଳ, ଦୀପୁନା ଜେନା, ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ଏମ୍‌ପି, ବିଧାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି। ଯୁଦ୍ଧକାଳୀନଭିତ୍ତିରେ ଡ୍ରେନ୍‌ ସମ୍ପ୍ରସାରଣ କରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ହଇରାଣ କରୁଛି ପୋଲିସ; ପଦକ୍ଷେପ ନେବାକୁ …

କଟକ,୮୧(କାର୍ତ୍ତିକ ସାହୁ): କେତେଜଣ ପୋଲିସ ଅଧିକାରୀ ଯଥେଷ୍ଟ କାରଣ ନ ଥାଇ ଅଥବା ନିଜ ସ୍ବାର୍ଥ ସାଧନ ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଏପରିକି...

ରାସ୍ତା କାମ ନ କରି ୮ଲକ୍ଷ ଟଙ୍କା ଉଠାଇନେଇଥିଲେ: ୭ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ଅଧୀନ ବେଗୁନିଆମୂଳ ଗ୍ରାମର ଶ୍ମଶାନକୁ ଯିବା ପାଇଁ ରାସ୍ତାର ଉନ୍ନତ୍ତୀକରଣ ପାଇଁ ଆସିଥିବା ୮ଲକ୍ଷ ଟଙ୍କା ହରିଲୁଟ...

ଗଞ୍ଜେଇ ଚାଷରେ ସମ୍ପୃକ୍ତ ୨ ଜେଲ ଗଲେ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର)-ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବୋରେଇ ଗାଁର ଇଣ୍ଡମ ବଡ଼ ରଇତ ଏବଂ କେଶବ...

୩ ଧାନମଣ୍ଡି ଉଦ୍‌ଘାଟିତ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡଡୁମୁଳା ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ମଙ୍ଗଳବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ସମବାୟ ସମ୍ପାଦକ ଶେଷକାନ୍ତ...

କଣାସ ବ୍ଲକରେ ଫଳକଭଙ୍ଗା ରାଜନୀତି

କଣାସ,୮ା୧(ବିଭୁତି ଭୂଷଣ ତ୍ରିପାଠୀ):ପୁରୀ ଜିଲା କଣାସ ବ୍ଲକର ନୂଆଜଗନ୍ନାଥ ସଡ଼କ ବାଦୁରାବର ଠାରୁ ବଡ଼ାଲ, ଗୋପୀନାଥପୁର ଦେଇ କରମଳାକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଜାନୁଆରୀ...

ଭାଜପାର ମିଶ୍ରଣ ପର୍ବ:ଶତାଧିକ ବିଜେଡି ନେତା, କର୍ମୀ ଭାଜପାରେ ସାମିଲ

ବରୀ, ୮ା୧(ମହେନ୍ଦ୍ର ସ୍ବାଇଁ):ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଏରବାଙ୍କ ପଞ୍ଚାୟତ ରଘୁନାଥପୁର ପଡ଼ିଆରେ ମଙ୍ଗଳବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନମଣ୍ଡଳୀର...

ଡିଜିଟାଲ ଆର୍ଟରେ ଶୀତ ମହୋତ୍ସବ ପୋଷ୍ଟର କରି ପ୍ରଂଶସା ସାଉଁଟିଲେ ନିହାର

ଦାରିଙ୍ଗବାଡି,୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରେ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୧ ରୁ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ହେବାକୁ ରହିଥିବା...

ମୀନାବଜାର ପଡ଼ିଆରେ ଧନୁଯାତ୍ରା ଏନ୍‌ଫୋର୍ସମେଣ୍ଟ କମିଟିର ଚଢ଼ାଉ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଏନ୍‌ଫୋର୍ସମେଣ୍ଟ କମିଟିର ଏକ ପ୍ରତନିଧି ଦଳ ମଙ୍ଗଳବାର ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଲାଗିଥିବା ମୀନାବଜାର ଏବଂ ପାର୍ଶ୍ୱବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri