ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ଆଣିଛି କରୋନା: ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇ ବିତୁଛି ଜୀବନ

ଦାରିଙ୍ଗବାଡ଼ି,୨୮।୩(ଡି.ଏନ୍‌.ଏ.)- କରୋନା ପାଇଁ ଚାରିଆଡେ ଖଁା ଖଁା। ସହର ହେଉକି ଗାଁ ପ୍ରାୟ ଖୁଚୁରା ଦୋକାନରୁ ଲୋକେ ଧାର୍ଯ୍ୟ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରୁଥିବାବେଳେ କେତେକଲୋକ ଦୀର୍ଘଦିନ ପାଇଁ ରାଶନ ସାମଗ୍ରୀ ସହ ପନିପରିବା ଆଦି ଗଚ୍ଛିତକରି ରଖିଛନ୍ତି। ହେଲେ ଦୁର୍ଗମ ଗ୍ରାମବାସୀଙ୍କ କଥା ସମ୍ପୂର୍ଣ୍ଣ ଅଲଗା। କେତେକ ଦିନ ମଜୁରିଆ ଓ ଗରିବ ଲୋକ ଅର୍ଥ ଅଭାବରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନ ପାରି ଜଙ୍ଗଲରୁ ସଂଗ୍ରହ ବିଭିନ୍ନ ଫଳମୁଳ ଖାଇ ଜୀବନ ବିତାଉଛନ୍ତି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ ରହିଥିବା ଅପହଞ୍ଚ ଗ୍ରାମରେ। ଯେଉଁଠିକି ବସ୍‌ ଚଳାଚଳ ନାହିଁ କେବଳ ପାଦରେ ଚାଲି ଯିବାକୁ ପଡେ। ସେମାନେ ଏବେ ପଣସକୁ ତରକାରୀ କରିବା ସହ ତେନ୍ତୁଳି ନବିକି ଆଚାର କରି ପଖାଳ ଖାଉଛନ୍ତି। କେବଳ ସାଧାରଣବଣ୍ଟନ ସାମଗ୍ରୀ ଘରେ ପହଞ୍ଚତ୍ଗଲାପରେ ଆବଶ୍ୟକ ନଥିଲେ ବାହାରକୁ ଯିବାକୁ ପଡ଼ିବନାହିଁ ବୋଲି କହିଛନ୍ତି ଡକରବାଡ଼ି ଗ୍ରାମର ଦିଲୀପ ପ୍ରଧାନ, ରାମଦେବ ପ୍ରଧାନ, ଗବାଟବାଡ଼ି ଗ୍ରାମର ନାସା ପ୍ରଧାନ ପ୍ରମୁଖ। ପ୍ରଶାସନର ବ୍ୟାପକ ସଚେତନ ବାର୍ତ୍ତା ଗଁାଗଁାରେ ଆଶାକର୍ମୀଙ୍କ ସମେତ ଅଙ୍ଗନୱାଡ଼ିକର୍ମୀ ପହଞ୍ଚାଇଛନ୍ତି।

Share