ଭବାନୀପାଟଣା,୮।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ବିଏସ୍ଏନ୍ଏଲ୍, ଏୟାରଟେଲ ଏବଂ ଜିଓ ନେଟ୍ଓ୍ବର୍କ ଲାଗି ଟାୱାର ପ୍ରତିଷ୍ଠା ପାଇଁ ଜିଲାପାଳ ଡ. ଗାଭିଲ ପରାଗ ହର୍ଷଦ ସଂପୃକ୍ତ ମୋବାଇଲ କମ୍ପାନୀ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ଜିଲାପାଳ ବିଏସ୍ଏନ୍ଏଲ୍ ଭବାନୀପାଟଣାସ୍ଥିତ ଟିଡିଏମ୍, ଏୟାରଟେଲ ଭବାନୀପାଟଣାସ୍ଥିତ ଆଞ୍ଚଳିକ ଶାଖା ପରିଚାଳକ ଏବଂ ଜିଓର ଭବାନୀପାଟଣାସ୍ଥିତ ସେଣ୍ଟର ମ୍ୟାନେଜରଙ୍କୁ ସେ ଚିଠି ଲେଖିଛନ୍ତି।