Categories: ଗଞ୍ଜାମ

ଦୁର୍ଗମ କହମପଡ଼ି ଗାଁରେ ବିଧାୟକ ସାଲୁଗା

ଦାରିଙ୍ଗବାଡ଼ି,୧୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗାଁ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ ରାସ୍ତା ନାହିଁ କି ବର୍ଷାଦିନରେ ପିଇବା ପାଣି ମଧ୍ୟ ମିଳୁନାହିଁ। ମାତ୍ର ଗୋଟିଏ ଚୁଆ ଉପରେ ଗାଁର ୬୦ ପରିବାରର ପ୍ରାୟ ୫ ଶହର ଊର୍ଦ୍ଧ୍ୱ ଲୋକ ବ୍ୟବହାର କରୁଛନ୍ତି। ସେହିପରି ଗାଁକୁ ସବୁଦିନିଆ ରାସ୍ତା ନାହିଁ । ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଧାୟକଙ୍କୁ ନିବେଦନ କରିଥିଲେ। ଚୁଆପାଣି ପିଉଥିବାରୁ ଲୋକେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ବିଧାୟକ ଗାଁରେ ପହଞ୍ଚି ଏହି ଦୃଶ୍ୟ ଦେଖିଛନ୍ତି। ପରେ ଗ୍ରାମର ପ୍ରାର୍ଥନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ଗ୍ରାମବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ବିଧାୟକଙ୍କ ସହ ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ତଥା ବହୁମୁଖୀ ସମବାୟ ସମିତିର ସଭାପତି ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଜ୍ୟୋତିରାଜ ପ୍ରଧାନ, ଦୀପକ କୁମାର ସାହୁ, ମିଲୁ ସାହୁ, ପଠାଣୀ ସାହୁ, ଦିବ୍ୟ ନାୟକ, ଅନ୍ତରଙ୍ଗ ଯୁବ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ, ବେଲାଳସେନ ନାୟକ, ପଞ୍ଚାନନ ସାହୁ, ଓ୍ବାର୍ଡସଭ୍ୟ ପାଣୁ ସାହୁ, ସାଞ୍ଜିରା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।