ଦୁର୍ଗମ ଗାଁର ଦୁଃଖ

ରାଇସୁଆଁ, ୩୦।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ମହାଦେଇଯୋଡା ପଞ୍ଚାୟତର କେତେକ ଗାଁ ଆଜି ବି ଦୁର୍ଗମ ଇଲାକା ହୋଇ ରହିଛି। ଗୋପୀନାଥପୁର ପଞ୍ଚାୟତର ହର୍ଷପୁର ଗ୍ରାମ ରାସ୍ତା ମରାମତି ବିନା ଶୋଚନୀୟ ହୋଇପଡିଛି। ମହାଦେଇଯୋଡା ପଞ୍ଚାୟତର କୁଡିଆଘେରା, ରନ୍ଥମରା, ସାଗର ସାହି, ବାଲିପଶି ସାହି,ମାରାସାହି,ଢିପାସାହି,ବୁରୁଡିସାହିକୁ ରାସ୍ତା ନ ଥିବାରୁ ଏଯାଏ ବିକାଶର ଛାଇ ପଡି ନାହିଁ ା ପ୍ରଶାସନ ତରଫରୁ ସବୁ ଗାଁକୁ ପକାରାସ୍ତା ନିର୍ମାଣ ଲାଗି ଯୋଜନା କରାଯାଉଥିବା ବେଳେ ଏହି ଅଞ୍ଚଳକୁ ବାଦ ଦିଆଯାଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବର୍ଷାଦିନେ ଏହି ଅଞ୍ଚଳର ଗ୍ରାମ ରାସ୍ତାରେ ବର୍ଷାପାଣି ଜମି ରହୁଥିବାରୁ ଲୋକେ ଯାତାୟତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗାଁ ପାଖ ନାଳ ଓ ଖାଲୁଆ ଅଞ୍ଚଳରେ ଛାତ୍ରୀଛାତ୍ରମାନେ ପାଣିରେ ପଶି ବହୁ କଷ୍ଟରେ ବିଦ୍ୟାଳୟକୁ ଯାଉଥିବା ଅଭିଭାବକଙ୍କ ସମେତ ଗ୍ରାମବାସୀ କହିିଛନ୍ତି। ଜିଲା ପ୍ରଶାସନ ଏହି ଦୁର୍ଗମ ଅଞ୍ଚଳର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।