Categories: ଜାତୀୟ

ଦୁର୍ଗାଙ୍କ ମନ୍ତ୍ର ଟୁଇଟ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁର୍ଗାଙ୍କର ଏକ ମନ୍ତ୍ର ଟୁଇଟ୍‌ କରିବା ପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ପ୍ରିୟଙ୍କାଙ୍କ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ସୋମବାର ରାତିରେ ଦୁର୍ଗା ସ୍ତୁତିର ଏକ ମନ୍ତ୍ର ଟୁଇଟ୍‌ କରାଯାଇଛି। ପ୍ରିୟଙ୍କା ନିଜେ ଏହାକୁ ଟୁଇଟ୍‌ କରିଥିବା କୁହାଯାଉଛି। ଏହାକୁ ଦେଖିବା ପରେ କେତେଜଣ ସୋସିଆଲ ମିଡିଆ ୟୁଜର ଭିନ୍ନ ଭିନ୍ନ ମତ ରଖିଛନ୍ତି। ଜଣେ ୟୁଜର କହିଛନ୍ତି, ନ ବୁଝିବା ଲୋକଙ୍କୁ ବୁଝାଇବା ଆବଶ୍ୟକ ନାହିଁ, ବୁଝିବା ଲୋକଙ୍କୁ ଇଙ୍ଗିତ ହିଁ ଯଥେଷ୍ଟ। ଏହା ନାରୀ ଶକ୍ତିର ପ୍ରତିକ ବୋଲି ମଧ୍ୟ ସେ କହିଛନ୍ତି। ସୂଚନାଯୋଗ୍ୟ, ୨ ଦିନ ପୂର୍ବେ ପ୍ରିୟଙ୍କା ଉତ୍ତର ପ୍ରଦେଶ ଗସ୍ତ କରିଥିବା ବେଳେ ପୋଲିସ ତାଙ୍କୁ ଯେଉଁଭଳି ବ୍ୟବହାର ଦେଖାଇଥିଲା ତାକୁ ନେଇ ପ୍ରିୟଙ୍କା ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହାପରେ ଏହି ଟୁଇଟ୍‌ ଉତ୍ତର ପ୍ରଦେଶ ପୋଲିସକୁ ନଜରରେ ରଖି କରାଯାଇଥିବା କୁହାଯାଉଛି।

Share