ଦୁର୍ଗାପୂଜା ପାଇଁ ରାବଣ ବରଣ

ଜାମଟିକ୍ରା, ୨୮।୬ (ଡି.ଏନ.ଏ): ଅତାବିରା ଦୁର୍ଗାପୂଜା ପାଇଁ ଶୁକ୍ରବାର ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ରାବଣ ବରଣ କରାଯାଇଛି । ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନଙ୍କୁ ଏଥର ଅତାବିରା ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ପୁଷ୍ପମାଲ୍ୟ, ନଡିଆ, ସିନ୍ଦୁର ପ୍ରଦାନ କରି ବରଣ କରାଯାଇଥିଲା । ଦୁର୍ଗାପୂଜା କମିଟି ସଭାପତି ଦୈତାରୀ ପଧାନଙ୍କ ସମେତ ଜିତେନ୍ଦ୍ର ଦାସ, ମଣ୍ଟୁ ପଣ୍ଡା, ଉନ୍ନି ନାୟାର, ପପୁନ ପଧାନ, ଅଶୋକ ପଧାନ, ସୁରେନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ତାଙ୍କ ଅଭିନୟ କରିବେ ।