ଦୁର୍ଗାମାଧବ ନାଏକ ଫାଓ ମୁଖ୍ୟ ରେଫରି

ସୁନ୍ଦରଗଡ, ୧୭।୪ (ଡି.ଏନ୍‌.ଏ.) ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା (ଫାଓ) ତରଫରୁ ଜାତୀୟ ରେଫରୀ ଦୁର୍ଗାମାଧବ ନାଏକଙ୍କୁ ଓଡିଶାର ରେଫର ମୁଖ୍ୟ (ହେଡ ଅଫ୍‌ ରେଫରୀ) ଭାବେ ନିଯୁକ୍ତ କରାଯାଇଛି। ୧୯୯୮ରେ ସେ ରାଜ୍ୟସ୍ତରୀୟ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୮ରେ ଜାତୀୟ ରେଫରି ହୋଇଥିଲେ। ସେ ସର୍ବଭାରତୀୟ ଫୁଟବଲ ମହାସଂଘର ସର୍ବଶ୍ରେଷ୍ଠ ଆଇଲିଗ ମ୍ୟାଚ୍‌ର ୧୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଓଡିଶାର ପ୍ରଥମ ରେଫରି ଭାବେ ସୁପରିଚାଳନା କରିଛନ୍ତି। ଏହାସହ ଏଆଇଏଫ୍‌ଏଫ୍‌ର ମର୍ଯ୍ୟାଦାପୂର୍ଣ୍ଣ ଫେଡେରେସନ କପ୍‌, ସନ୍ତୋଷ ଟ୍ରଫି, ଆଇଏଫ୍‌ଏ ସିଲଡ୍‌ ଭଳି ଅନେକ ମ୍ୟାଚ ପରିଚାଳନା କରଛନ୍ତି। ୨୦୧୯ରୁ ସେ ସର୍ବଭାରତୀୟ ଫୁଟବଲ ମହାସଂଘର ରେଫରି ଇନଷ୍ଟ୍ରକ୍ଟର ତଥା ଆସେସର ଭାବରେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଅଭିଜ୍ଞତା ଦୃଷ୍ଟିରୁ ଫାଓ ଓଡିଶା ରେଫରିମାନଙ୍କର ବିକାଶ ନିମନ୍ତେ ହେଡ୍‌ ଅଫ ଦ ରେଫର ଭାବରେ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ସେ ସୁନ୍ଦରଗଡ ଜିଲା ସଦର ବ୍ଲକସ୍ଥିତ ମସ୍ନିକାନିର ଅବସରପ୍ରାପ୍ତ ଶିକ୍ଷକ ରବିରତ୍ନ ନାଏକ ଓ ଚନ୍ଦ୍ରକାନ୍ତି ନାଏକଙ୍କ ପୁଅ। ଏବେ ସେ ସଦର ବ୍ଲକ କୋପସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।