ଦୁର୍ଗାଷ୍ଟମୀରେ ଶିଶୁ କନ୍ୟାଙ୍କୁ ହାଲଓ୍ବା, ପୁରୀ ଖୁଆଇଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟି ଦୁର୍ଗାଷ୍ଟମୀ ଅବସରରେ ଛୋଟ ଛୋଟ ଝିଅମାନଙ୍କୁ ହାଲଓ୍ବା ଓ ପୁରୀ ଖୁଆଇଥିବାର ଫଟୋ ଶେୟାର କରିଛନ୍ତି। ନିଜ ହାତରେ ସେ ପିଲାମାନଙ୍କୁ ଭୋଜନ ପରସୁଥିବାର ଫଟୋ ଦେଖିବାକୁ ମିଳିଛି। ତାଙ୍କ ସହ ଭଉଣୀ ସମିତା ସେଟ୍ଟି ଓ ଶିଳ୍ପାଙ୍କ ପୁଅ ମଧ୍ୟ ନଜର ଆସିଛନ୍ତି। ଦୁର୍ଗାଷ୍ଟମୀରେ କନ୍ୟାପୂଜନ ପରମ୍ପରା ଥିବା ବେଳେ ସେ ନିଜ ଘରେ ଏମିତି ଉତ୍ସବର ଆୟୋଜନ କରିଥିଲେ। ସେହି ସମୟର ଫଟୋ ଶେୟାର କରିବା ସହ ସମସ୍ତଙ୍କୁ ଦୁର୍ଗା ପୂଜାର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

Share