ଦୁର୍ଗା ମଣ୍ଡପରେ ଭଉଣୀଙ୍କ ମିଳନ

ମୁମ୍ବାଇ: ସମଗ୍ର ଦେଶରେ ଏବେ ପୂଜାର ମାହୋଲ। ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଲୋକଙ୍କ ଭିଡ ଜମୁଥିବା ବେଳେ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୧ରେ କରଣ ଜୋହରଙ୍କ ଫିଲ୍ମ କଭି ଖୁସି କଭି ଗମ୍‌ର ଷ୍ଟାରକାଷ୍ଟ ୧୨ ବର୍ଷ ପରେ ଏକାସାଙ୍ଗରେ ମହାଷ୍ଟମୀ ପାଳିଛନ୍ତି। ଉକ୍ତ ମଣ୍ଡପରେ ଅଭିନେତା ଅମିତାଭ ବଚ୍ଚନ, ସ୍ତ୍ରୀ ଜୟା ବଚ୍ଚନ, ଅଭିନେତ୍ରୀ ରାଣୀ ମୁର୍ଖାଜୀ, ଆର୍ୟନ ମୁର୍ଖାଜୀ ଓ କାଜୋଲ ନିଜ ପୁଅ ୟୁଗ ମଣ୍ଡପରେ ବହୁ ମସ୍ତି କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ସେଠାରେ କାଜୋଲ ଓ ରାଣୀଙ୍କୁ ଏକାଠି ଦେଖିବାକୁ ମିଳିଛି। ଦିନ ଥିଲା ଦୁଇ ଭଉଣୀ କଥା ହେବା ତ ଦୂରର କଥା ଦୁହେଁ ଦୁହିଁଙ୍କୁ ଦେଖିବାକୁ ବି ପସନ୍ଦ କରୁ ନ ଥିଲେ। ହେଲେ ପେଣ୍ଡାଲରେ ଦୁଇଜଣ ଭଲରେ କଥାହେବା ସହ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ। ଏଥିସହ ଏକାସାଙ୍ଗରେ ଫଟୋ ମଧ୍ୟ ଉଠାଇଥିଲେ।

ଦୁଇଜଣ ପାରମ୍ପରିକ ବେଙ୍ଗଲି ଶାଢ଼ୀରେ ସୁନ୍ଦର ଦେଖାଯାଉଛନ୍ତି। ତେବେ ଏହି ମିଳନକୁ ଦେଖିଲେ, ଲାଗୁଛି ଯେପରି ସେମାନଙ୍କ ଭିତରେ କେବେ କିଛି ଅଘଟଣ ଘଟି ନ ଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୂର୍ବରୁ ଦୁଇ ଭଉଣୀ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଏକାସାଙ୍ଗରେ କାମ କରିଥିଲେ।

Share