Categories: କନ୍ଧମାଳ

ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ ନେଲେ ଯନ୍ତ୍ରୀ

ଫିରଙ୍ଗିଆ,୨୮ା୧୨(ଡି.ଏନ.ଏ.): ଫିରିଙ୍ଗିଆ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଦୁର୍ଘଟଣାର ଶୀକାର ହୋଇ ରାସ୍ତାରେ ପଡ଼ିଥିବା ୨ଜଣ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଇ ମାନବିକତାର ପରିଚୟ ଦେଇଛନ୍ତି। ପ୍ରକାଶଯେ, ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ସାମ୍ବାରିଆ ବେହେରା, ସହକାରୀ ଯନ୍ତ୍ରୀ ଜି.ଦେବହରୀ ପ୍ରଧାନ ଗୋଛପଡା ପଟୁ କାମ ସାରି ଫେରୁଥିଲେ। ଗୋଛାପଡା ରାସ୍ତାର ମାଝିପଡା ଘାଟି ନିକଟରେ ୨ ବାଇକ୍‌୍‌ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଉଭୟ ଗାଡି ଅଟକାଇ ଗୁରୁତର ଦ୍ୱୟଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।