ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନ ବଞ୍ଚାଇଥିବା ୧୯ ମହାନ ବ୍ୟକ୍ତି ସମ୍ବର୍ଦ୍ଧିତ

କେନ୍ଦୁଝର,୨୭ା୫(ସ୍ବ.ପ୍ର.): ଦୁର୍ଘଟଣାଗ୍ରସ୍ତ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରି ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ୧୯ ଜଣ ମହାନ ବ୍ୟକ୍ତିଙ୍କୁ କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ ସୋମବାର ୨ ହଜାର ଟଙ୍କା ପୁରସ୍କାର ଦେବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଡିିିଏସ୍‌ପି କ୍ରାଇମ ସୁରେଶ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିପରି ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।