Advertisement
Categories: କନ୍ଧମାଳ

ଦୁର୍ଘଟଣାଗ୍ରସ୍ତ କାରରୁ ମୃତ ମୟୂର ଜବତ

ଦାରିଙ୍ଗବାଡି,୧୫ା୨(ଡି.ଏନ୍‌.ଏ.)

ଦାରିଙ୍ଗବାଡି ଥାନା ଗଦଡି ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାରକରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଥାନା ଏସ୍‌ଆଇ ଗୋପାଳକୃଷ୍ଣ ଆଗୁପାତ୍ର ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି।
ଉକ୍ତ କାର ଭିତରେ ଏକ ମୃତ ମୟୂର ଥିବା ଉଦ୍ଧାର କରୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଜଙ୍ଗଲରୁ ମୟୁର ଚୋରାଚାଲାଣ କରାଯାଉଥିବା ସେମାନେ ଆଶଙ୍କା କରିଛନ୍ତି। ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ ଧାରୁଆ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ମୟୂରକୁ ଜବତ କରିଥିଲେ। ଦାରିଙ୍ଗବାଡି ସହକାରୀ ପ୍ରାଣୀଧନ ଚିକିତ୍ସକ ଚିନ୍ମୟ ସାହୁ ଏହାର ବ୍ୟବଚ୍ଛେଦ କରିଛନ୍ତି। ଏନେଇ ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ପ୍ରକାଶ ଯେ, କାରଟି ସିମନବାଡିରୁ ରାଇକିଆ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel