Advertisement

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର

କେନ୍ଦୁଝର/ପାଟଣା,୧୦/୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପିଙ୍କ ବୋଲେରୋକୁ ବାମ ପାର୍ଶ୍ୱରୁ ଏକ ଏକ ମିକ୍ସଚର ମେଶିନ ଟ୍ରକ୍‌ ଧକ୍କାଦେଇ ଚାଲିଯାଇଥିଲା। ଫଳରେ ଗାଡ଼ିଟିର ସମ୍ମୁଖ ଭାଗ ଭାଙ୍ଗି ରୁଜି ଯାଇଛି। ହେଲେ ଏଥିରୁ ଏସ୍‌ପି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଏସ୍‌ପି ମହାପାତ୍ରଙ୍କୁ ପଚାରିବାରୁ ସେ ସୁରକ୍ଷିତ ଥିବା କହିଛନ୍ତିି। ଗାଡ଼ିରେ ସାଧାରଣ ସ୍କାର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଏସ୍‌ପି ତୁରୁମୁଙ୍ଗା ଥାନାକୁ ଇନ୍ସପେକ୍ସନରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ଏସ୍‌ପି ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଚମ୍ପୁଆ ଯାଇଥିବା ଜଣା ପଡ଼ିଛି। ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share