ଦୁର୍ଘଟଣାରୁ ବର୍ତ୍ତିଲା ଦୁରନ୍ତ ଏକ୍ସପ୍ରେସ

ରୂପସା,୨୨।୧୧(ଡି.ଏନ୍‌.ଏ.): ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳଜଙ୍କଶନରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଅପ୍‌ଲାଇନ୍‌ରେ ଯାଉଥିବା ହାଓ୍ବଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍‌ ରୂପ୍‌ସା ପ୍ଲାଟ୍‌ଫର୍ମ(୧ନଂ) ଅତିକ୍ରମ କରୁଥିବା ବେଳେ ରେଳଲାଇନ୍‌ରେ ଥିବା ସିଲପଟ ସହ ଧକ୍କା ହୋଇଥିଲା। ଫଳରେ ଟ୍ରେନ୍‌ଟି ଦୋହଲିଯାଇ ଗଡ଼ି ପଡ଼ିବା ଭଳି ପରିସ୍ଥିତି ହୋଇଥିଲେ ହେଁ କୌଣସି ଦୁର୍ଘଟଣା ଘଟି ନ ଥିଲା। ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ମାତ୍ର ଟ୍ରେନର ପ୍ରେସର ଚାମ୍ବର, ହାଉଜ୍‌ ପାଇପ୍‌ ଛିଣ୍ଡିଯାଇ ଥିବାବେଳେ ଇଞ୍ଜିନ ସମ୍ମୁଖ ଭାଗର ନିମ୍ନରେ ଭାଙ୍ଗିଯାଇଛି। ଅପରାହ୍ନ ୨ଟା ୨ ମିନିଟରୁ ଟ୍ରେନ୍‌ ଅଟକି ରହିଛି। ବିଭାଗୀୟ ମନ୍ତ୍ରୀ ପହଞ୍ଚି ଅନୁଧ୍ୟାନ କରିବା ସହ ତ୍ରୁଟି ସଜାଡ଼ିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Share