ଦୁର୍ଘଟଣାରୁ ରକ୍ଷା ପାଇଲା ଏୟାର ଇଣ୍ଡିଆ ବିମାନ: ଅଳ୍ପକେ ବର୍ତ୍ତିଲେ ୧୫୨ ବିମାନ ଯାତ୍ରୀ

ଭୁବନେଶ୍ୱର, ୧୭ା୯(ବ୍ୟୁରୋ): ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୫୨ ଜଣ ବିମାନ ଯାତ୍ରୀ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୬୬୯ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ସୋମବାର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା କରାଯାଇଥିଲା। ମଙ୍ଗଳବାର ଏୟାର ଇଣ୍ଡିଆ ପକ୍ଷରୁ ସଂପୃକ୍ତ ପାଇଲଟଙ୍କୁ କାର୍ଯ୍ୟରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅବ୍ୟାହତ ରଖାଯାଇଛି ବୋଲି ସୂଚନା ମିଳିଛି।

Share