ଦୁର୍ଘଟଣାରେ ଆହତ ଯୁବକଙ୍କ ଜୀବନ ଗଲା

ଖଇରା, ୨୯ା୫(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଭାସ୍କରପୁର ଗ୍ରାମର ଜନ୍ମେଜୟ ପୁରୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସେ ମଙ୍ଗଳବାର ବାଇକରେ ଶ୍ବଶୁର ଘର ଭଦ୍ରକ ଘଣ୍ଟେଶ୍ୱରରୁ ଫେରୁଥିବା ବେଳେ ରାଣୀତାଲ ଛକ ନିକଟରେ ଏକ ଟ୍ରକ ଧକ୍କା ଦେବା ଯୋଗୁ ସେ ଗୁରୁତର ହୋଇ ପଡିଥିଲେ। ଭଦ୍ରକ ପୋଲିସ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିଲା। ଗୁରୁବାର ଅପରାହ୍ନରେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।