ଶାହଜାହାନ୍ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର ପ୍ରାଣ ହରାଇଛନ୍ତି। ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ଖାଇବାରୁ ଏଭଳି ଘଟଣା ଘଟିଛି। ବ୍ରିଜେଶ ଫାରୁଖାବାଦ୍ରୁ ବରେଲୀ ଅଭିମୁଖେ ଆସୁଥିଲାବେଳେ ମଦ୍ନାପୁରଠାରେ ତାଙ୍କ ଗାଡ଼ି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ଲାଗି ପଠାଯାଇଥିବା ଜଣାପଡ଼ିଛି।