ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଡାକ୍ତରଖାନାରେ ମୃତ୍ୟୁ

ଯୋଡ଼ା,୧୬।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଅଁଶେଇକଳା ଗ୍ରାମର ଲବ ମହାକୁଡ଼ ବାଇକ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି ।
ସୂଚନାନୁଯାୟୀ, ଲବ ଗୁରୁବାର ସନ୍ଧ୍ୟାରେ ଝାଡଖଣ୍ଡ ରାଜ୍ୟର ସିଆଳିଯୋଡ଼ା ରାମପୁର ଅଞ୍ଚଳକୁ ଭଉଣୀ ଘରକୁ ଯାଉଥିବା ବେଳେ ଅଁଶେଇକଳା-ପୁରୁଷୋତ୍ତମପୁର ରାସ୍ତାରେ ତାଙ୍କ ବାଇକ୍‌ ( ଓଡି୧୪ ଆର୍‌ ୮୦୧୩) ଭାରସାମ୍ୟ ହରାଇ ଏକ ଜାମୁ ଗଛରେ ପିଟି ହୋଇଯାଇଥିଲା । ଫଳରେ ଲବ ଗୁରୁତର ହୋଇଥିଲେ । ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।