ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଖଜୁରିପଡା,୨୯ା୬(ଡି.ଏନ୍‌.ଏ.): ଖଜୁରିପଡା ବ୍ଲକ ଢାଡମେରୁ ଗ୍ରାମଛକ ୧୫୭ନଂ. ଜାତୀୟ ରାଜପଥ ନିକଟରେ ଶନିବାର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଡ୍ରୁକୁମ୍ପା ଉପରସାହିର ଶଙ୍କର ବେହେରା (୬୨)। ଶନିବାର ଭୋରରେ ଶଙ୍କର ଛେଳି ଖୋଜିବାକୁ ଯାଇଥିବାବେଳେ କୌଣସି ଏକ ଗାଡି ତାଙ୍କ ଉପରେ ଚଢି ଚାଲିଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ। ଫଳରେ ଫୁଲବାଣୀ-ବୌଦ୍ଦକୁ ଗାଡି ଚଳାଚଳ ଠପ୍‌ ହୋଇଯାଇଥିଲା। ସଦର ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। ନଂ.୫୫ା୧୯ରେ ମାମଲା ରୁଜୁକରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତହସିଲଦାର ମନୋଜ କୁମାର ପାଢୀଙ୍କ ନିର୍ଦ୍ଦେଶରେ ସୁଡ୍ରୁକୁମ୍ପା ଆର୍‌ଆଇ ସୁନିଲ କୁମାର ଦିଗାଲ ମୃତକଙ୍କ ପରିବାରକୁ ଭେଟି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ଖମାରୀ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି।

Share