Categories: କନ୍ଧମାଳ

ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ଛକରେ ରବିବାର ଅପରାହ୍ନରେ ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉକ୍ତ ଥାନା ଭ୍ରମରବାଡ଼ି ପଞ୍ଚାୟତ କେରୁବାଡ଼ି ଅଞ୍ଚଳର ମଙ୍ଗୁଳିଆ ନାୟକ(୪୫)। ଗୀତା ପ୍ରଧାନ, ବାସନ୍ତୀ ମଲ୍ଲିକ, ସଲମି ପ୍ରଧାନ, ରାହୁଲ ନାୟକ ଏବଂ ଚକ୍ରପାଣି ନାୟକ ଗୁରୁତର ଅଛନ୍ତି।
ପ୍ରକାଶ ଯେ, ରବିବାର ଦାରିଙ୍ଗବାଡ଼ି ହାଟ ଥିବାରୁ ଭ୍ରମରବାଡ଼ି ଅଞ୍ଚଳର ଲୋକ ହାଟରୁ ସୌଦା କିଣି ଅଟୋରେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ କେରୁବାଡ଼ି ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବୋଲେରୋ ସହ ୫୯ନଂ. ଜାତୀୟ ରାଜପଥର ସିଆଙ୍ଗବାଲି ବୁଲାଣି ଘାଟି ଛକରେ ଧକ୍କା ହୋଇଥିଲା। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ ପହଞ୍ଚତ୍ ସମସ୍ତ ଆହତଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ମଙ୍ଗୁଳିଆଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏ ନେଇ (ନଂ.୧୨୯/୧୯) ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ମଙ୍ଗୁଳିଆଙ୍କ ସମ୍ପର୍କୀୟ ସମୁଧିମାନେ ବୋଲେରୋରେ ଥିବା ଜଣାପଡ଼ିଛି।