ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ କାର୍‌ର ଧକ୍କା ହେବା ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ରୂପ୍‌ସା ଥାନା ବରହମପୁର ଗ୍ରାମର ନେଉଳି ଓରଫ ସହଦେବ ବେହେରା।
ସହଦେବ କାର୍‌ (ନଂ. ଡବ୍ଲ୍ୟୁବି୩୬ଡି-୩୫୩୫) ଡ୍ରାଇଭିଂ କରି ବାଲେଶ୍ୱରରୁ ଘରକୁ ଆସୁଥିଲେ। ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍‌ (ନଂ. ଡବ୍ଲ୍ୟୁବି୨୩ଡ଼ି-୬୧୯୧) ନିଧିପଣ୍ଡା ନିକଟରେ ହଠାତ୍‌ ରାଜପଥର ଡାହାଣ ପଟୁ ବାମପାର୍ଶ୍ୱକୁ ଅତିକ୍ରାନ୍ତ ହେବାରୁ କାର୍‌ଟି ଟ୍ରକ ପଛପଟକୁ ଧକ୍କା ହୋଇଥିଲା। ହଳଦୀପଦା ଫାଣ୍ଡି ପୋଲିସ ପହଞ୍ଚତ୍ ଆହତ ଡ୍ରାଇଭର ଓ ତାଙ୍କ ସମ୍ପର୍କୀୟ ପୁତୁରାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡ୍ରାଇଭର ସହଦେବଙ୍କର ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୧୦୩/୨୦) ରୁଜୁ କରି ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି।