ଦୁର୍ଘଟଣାରେ ନାବାଳକଙ୍କ ଜୀବନ ଗଲା

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର କଇଥଖୋଲା ନିକଟ ସିଙ୍ଗାପୁର ଛକଠାରେ ବୁଧବାର ମଧ୍ୟାହ୍ନରେ ଏକ ବାଇକ୍‌ ଧକ୍କାରେ ଅଶୋକ କୁମାର କର ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଅଶୋକ ହେଲେ କନକପ୍ରସାଦ ଗ୍ରାମର ଝାଡ଼େଶ୍ୱର କରଙ୍କ ପୁତ୍ର। ସେ ସାଇକେଲରେ ଘରକୁ ଯାଉଥିବା ବେଳେ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ବାସୁଦେବପୁର ଡାକ୍ତରଖାନାରେ ରଖାଯାଇଛି।

Share