ବଅଁରପାଳ,୧୩।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋ ସେଲ୍ଟର ପ୍ଲାଣ୍ଟ ପରିସର ପଟଲାଇନ କ୍ୟାଣ୍ଟିନ୍ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଏକ ମେଟାଲ୍ ବୋଝେଇ ଟ୍ରେଲର (ଏମ୍ଟିଟି) ଧକ୍କାରେ ଜଣେ ନାଲ୍କୋ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ବୁଧୁରାମ ମାଝୀ(୫୭)। ବାଇକ ଯୋଗେ ସେ ପଟଲାଇନ୍ରୁ ଖାଇବା ନିମନ୍ତେ ଘରକୁ ଫେରୁଥିବା ସମୟରେ ଉକ୍ତ ଟ୍ରେଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ବାଇକ୍ ଭାଙ୍ଗିଯିବା ସହ ବୁଧୁରାମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନାଲ୍କୋ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।