ବୌଦ୍ଧ,୨୬।୮(ଡି.ଏନ୍.ଏ.) : ବୌଦ୍ଧ ଜିଲା ଏଡିଏମ୍ ରମାକାନ୍ତ ସେଠୀ(୫୫)ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସେଠୀ ସୋମବାର ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କରଡ଼ାକୋଠା ନିକଟରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ି ପଛ ସିଟ୍ରେ ବସିଥିବା ସେଠୀ ଗୁରୁତର ହୋଇଥିଲେ। ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସମଗ୍ର ଜିଲାରେ ଶୋକର ଛାୟା ଖେଳିଯାଇଛି। କାର ଡ୍ରାଇଭର ଗୁରୁତର ହୋଇ ଜିଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।