ଦୁର୍ଘଟଣାରେ ଭାଇ ମୃତ, ଭଉଣୀ ଗୁରୁତର

ଛତିଆ,୧୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ କଲେଜ ନିକଟରେ ଗୁରୁବାର ସକାଳେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତ କରାଯାଇଛି। ମୃତ ଯୁବକ ଜଣଙ୍କ କଟକ ଜିଲା ଟାଙ୍ଗୀ ଥାନା ଭଟିମୁଣ୍ଡା ପଞ୍ଚାୟତ ଗରମ୍ବା ଗ୍ରାମର ବିଶ୍ୱଜିତ୍‌ ସାହୁ। ଗୁରୁତର ଜଣଙ୍କ ବିଶ୍ୱଜିତ୍‌ଙ୍କ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡିଛି। ଛତିଆ ବିଟ୍‌ ହାଉସ୍‌ ଅଧିକାରୀ ଜଗ୍‌ଦୀଶ କର ମୃତଦେହ ଜବତକରି ତଦନ୍ତ ଚଳାଇଛି। ବିଶ୍ୱଜିତ୍‌ ନିଜ ଓ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ସହ ବାଇକ୍‌ରେ ଟାଙ୍ଗୀରୁ ଚଣ୍ଡିଖୋଲ ଯାଉଥିଲେ। ୧୬ ନଂ ଜାତୀୟ ରାଜପଥ ମହାପୁରୁଷ ହାଡିଦାସ କଲେଜ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ ପଛ ପଟେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଭଉଣୀ ଗାଡିରୁ ଛିଟିକି ପଡିଥିଲେ। ଛତିଆ ବିଟ୍‌ ହାଉସ୍‌ ପୋଲିସ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ପଠାଇଥିଲା।