ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌ ନିକଟରେ ଏକ ବାଇକକୁ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଯଶରାଜ ମୁଣ୍ଡା(୨୬) ଓ ସୋମା ମୁଣ୍ଡା(୨୩)। ସେମାନେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ବାଇକ୍‌ (ନଂ. ଓଆର୦୨ ଏଏସ୍‌ ୮୨୪୨)ରେ ବିଲେଇପଦାରୁ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଏକ ଅଜଣା ଗାଡି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।

Share