Categories: ଜାତୀୟ

ଦୁର୍ଘଟଣାରେ ୭ ତୀର୍ଥଯାତ୍ରୀ ମୃତ

ଅମରାବତୀ, ୧୬ା୧୦ : ଆନ୍ଧ୍ରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣା ଯୋଗୁ କର୍ନାଟକର ୭ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବାବେଳେ ୫ ଗୁରୁତର ଥିବା ଜଣାପଡ଼ିଛି। ପୂର୍ବ ଗୋଦାବରୀ ଜିଲାର ପାର୍ବତ୍ୟାଞ୍ଚଳରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଥିଲା। ମୃତାହତମାନେ ଚିତ୍ରଦୁର୍ଗ ଜିଲା ଚେଲେକେରୀର ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ ଲାଗି ସେମାନେ ଏକ ମିନି ବସ୍‌ରେ ଆସିଥିଲେ। ତେଲେଙ୍ଗାନାର ଭଦ୍ରାଚଲମ୍‌ ଶିବମନ୍ଦିର ବୁଲିସାରିବା ପରେ ସେମାନେ ଆନ୍ଧ୍ରପ୍ରଦେଶର ଆନ୍ନାବରମସ୍ଥିତ ସତ୍ୟନାରାୟଣ ସ୍ବାମୀ ମନ୍ଦିର ବୁଲିବାକୁ ଯାଉଥିଲେ। ଚିନ୍ତୁର୍‌ଘାଟର ବାଲ୍ମୀକି କୋଣ୍ଡାଠାରେ ଦୁର୍ଘଟଣା ହୋଇଥିଲା। ୬ ତୀର୍ଥଯାତ୍ରୀ ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ହସ୍ପିଟାଲ ଯିବା ବାଟରେ ପ୍ରାଣ ହରାଇଥିଲେ।

Share