Advertisement
Categories: ଖେଳ

ଦୁର୍ଘଟଣାର ଶିକାର ହେଲେ ଜର୍ମାନୀ କୋଚ୍‌

ବର୍ଲିନ,୩୧।୫(ଏଏଫ୍‌ପି)- ଜର୍ମାନୀ କୋଚ୍‌ ଜୋଆଚିମ ଲିଉ ବ୍ୟାୟାମ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଣୁ ଆଗାମୀ ବେଲାରୁସ ଓ ଇଷ୍ଟୋନିଆ ବିପକ୍ଷ ମ୍ୟାଚ୍‌ରେ ଦଳୀୟ କ୍ୟାମ୍ପରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ଜର୍ମାନ ଫୁଟ୍‌ବଲ ଆସୋସିଏଶନ (ଡିଏଫ୍‌ବି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ବିଲ୍ଡ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଲିଉ ବ୍ୟାୟାମ କରୁଥିବାବେଳେ ତାଙ୍କ ଉପରେ ଡମ୍ବଲ୍ସ ପଡ଼ିଯାଇଥିଲା। ଏଥିନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୁଁ ଏବେ ସୁସ୍ଥ ଅଛି। କିନ୍ତୁ ମୋତେ ଶରୀର ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କୋଚିଂ ଦଳ ସହ ମୁଁ ଅନବରତ ଭାବେ ଯୋଗାଯୋଗରେ ରହିଛି। ଆଗାମୀ ଦୁଇଟି ମ୍ୟାଚ୍‌ରେ ମୁଁ ଖେଳାଳିଙ୍କ ସହ ଫୋନ ଯୋଗେ କଥା ହେବି ବୋଲି ଲିଉ କହିଛନ୍ତି। ତାଙ୍କ ଅନୁପସ୍ଥିତିରେ ସହାୟକ କୋଚ ମାର୍କସ ସର୍ଗ ମ୍ୟାନେଜର ଦାୟିତ୍ୱ ତୁଲାଇବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel