ଦୁର୍ଘଟଣା ପରେ ବଦଳିଲା ଟ୍ରେନ୍‌ ଗତିପଥ

କଟକ ଅଫିସ,୧୬।୧: କଟକ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଲାଇନଚ୍ୟୁତ ହୋଇଛି। ୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥ ବଦଳାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ କିଛି ଟ୍ରେନ୍‌ ଗତି କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନରାଜ ଦେଇ ଭୁବନେଶ୍ୱର-ଏଲଟିଟି, ପୁରୀ-ରାଉରକେଲା, ଦୁର୍ଗ-ପୁରୀ, ଧାନବାଦ ଭୁବନେଶ୍ୱର ରାଜ୍ୟରାଣୀ, ତାଳଚେର-ପୁରୀ ମେମୁ ଟ୍ରେନ୍‌ ପ୍ରମୁଖ ନରାଜ ଦେଇ ଯିବ ବୋଲି ଜଣାପଡିଛି।

Share