Categories: ଗଞ୍ଜାମ

ଦୁର୍ଘଟଣା ହ୍ରାସ, ଜିରୋ କାଜୁଆଲଟିକୁ ଗୁରୁତ୍ୱ

ଛତ୍ରପୁର,୨୭ା୭(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଶୁକ୍ରବାର ସଡ଼କ ସୁରକ୍ଷା ସମ୍ପର୍କୀତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ଅଞ୍ଚଳରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଛିା ଏଥିରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ଷ୍ଟେଟ୍‌ ହାଇୱେ ଏବଂ ଅନ୍ୟ ରାସ୍ତାଗୁଡିକରେ ଦୁର୍ଘଟଣା ଘଟୁଛିା ଗତ ୬ ମାସ ମଧ୍ୟରେ ଜିଲାରେ ୪୧୧ ଦୁର୍ଘଟଣା ଘଟି ୨୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୩ ଜଣ ଗୁରୁତର ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣାକୁ କିଭଳି ରୋକାଯାଇ ପାରିବ ଏବଂ ଜିରୋ କାଜୁଆଲିଟି (ଶୂନ ମୃତ୍ୟୁ) ହୋଇପାରିବ ତାହା ଉପରେ ଏସ୍‌ପି ଗୁରୁତ୍ୱାରୋପ କରିଥିଲେ। ସର୍ବାଧିକ ଗଞ୍ଜାମ ପୋଲିସ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୧୯, ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ୧୪, ଖଲ୍ଲିିକୋଟ ଥାନା ଅଞ୍ଚଳରେ ୧୭, ଭଞ୍ଜନଗର ଥାନା ଅଞ୍ଚଳରେ ୨୩ ଓ ରମ୍ଭା ଥାନା ଅଞ୍ଚଳରେ ୧୧ ଦୁର୍ଘଟଣା ହୋଇଛି। ନିୟମିତ ହେଲମେଟ୍‌ ଚେକିଂ କରିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିବା ରାସ୍ତା ଗୁଡିକରେ କିଭଳି ଦୁର୍ଘଟଣା କମିବ ସେନେଇ ପଦକ୍ଷେପ ନେବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ସୀତାରାମ ଶତପଥୀ ଓ ଅମରେଶ ପଣ୍ଡା, ଡିଏସପି ଏସ୍‌. ସାମଲ, ରିଜର୍ଭ ଇନ୍ସପେକ୍ଟର ସୁବଳ ସୋରେନ୍‌, ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।