Categories: ବାଣିଜ୍ୟ

ଦୁର୍ଦ୍ଦଶାଗ୍ରସ୍ତଙ୍କୁ ଯୁବ ଉଦ୍ୟୋଗୀଙ୍କ ସହାୟତା

କଟକ,୧୩।୪: କରୋନା ପାଇଁ ବର୍ତ୍ତମାନ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଏବେ ବଢ଼ିଯାଇଛି। ସମାଜର ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି ସହରର ଯୁବ ଉଦ୍ୟୋଗୀମାନେ ବାହାରି ଆସିଛନ୍ତି। ‘ଆପ୍‌ ହର୍‌ ହମ୍‌’ ଅନୁଷ୍ଠାନ ଆନୁକୂଲ୍ୟରେ ସହରରେ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍‌ ଏହି ଅବସରରେ ଯୋଗାଇ ଦିଆଯାଇଛି। ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ରେ ଚାଉଳ, ଅଣ୍ଡା, ଡାଲି, ଚୁଡ଼ା, ଆଳୁ ପ୍ରଦାନ କରାଯାଉଛି। ବିଭିନ୍ନ ସ୍ଥାନରେ ଆବଶ୍ୟକତା ଭିତ୍ତିରେ ଏହି ସାମଗ୍ରୀ ବଣ୍ଟନ କରାଯାଉଥିବା ଜଣାପଡ଼ିଛି। ଦର୍‌ଘାବଜାର ଥାନା ଏବଂ ମାଲଗୋଦାମ ଥାନାର ତତ୍ତ୍ୱାବଧାନରେ ସାମଗ୍ରୀ ବଣ୍ଟନ କରାଯାଉଛି ବୋଲି ସୂଚନା ରହିଛି।

Share