ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଏନକାଉଣ୍ଟରରେ ଆହତ

ରାୟଗଡ଼ା ଅଫିସ, ୨୫।୧୧: ହାଡ଼ପା ଶିବା ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାୟଗଡ଼ା ପୋଲିସ ରବିବାର ରାତିରେ ଏନକାଉଣ୍ଟର କରିଛି। ଶିବାଙ୍କ ନାମରେ ୫୦ରୁ ଅଧିକ ମାମଲା ରହିଛି। ଗତ ୧୯ ତାରିଖରେ ସୁବର୍ଣ୍ଣପୁରର ଯୁବକ ବିଭୁତି ପୁଜାରୀ (୧୯) ଧାନବାଦ ଆଲେପି ଟ୍ରେନରେ ନିଜ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇ ୧୦ ଲକ୍ଷ ଟଙ୍କା ଦାବି କରିଥିବା ଘଟଣାରେ ମଧ୍ୟ ଶିବା ମୁଖ୍ୟ ଅଭିଯୁକ୍ତ ଥିଲେ। ଏହି ଘଟଣାର ତଦନ୍ତ କରୁଥିବା ସମୟରେ ରାୟଗଡ଼ା ପୋଲିସ ରବିବାର ବିଳମ୍ବିତ ରାତିରେ ଶିବା ଏବଂ କିଛି ଅପରାଧିକ ଟିମ ଶାଙ୍କେସ ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ଖବର ପାଇ ଚଢ଼ାଉ କରିଥିଲା। ପୋଲିଲ ଚଢାଉ କରୁଥିବାବେଳେ ପ୍ରଥମେ ଶିବା ପୋଲିସ ଉପରକୁ ଗୁଳି ଚଳାଇଥିଲା ଏହା ପରେ ପୋଲିସ ପାଲଟା ଜବାବ କରିଥିଲା। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶେଷରେ ପୋଲିସ ଏନକାଉଣ୍ଟରେ ଶିବାର ଗୋଡ଼ରେ ଗୁଳି ବାଜିଛି ଏବଂ ମୁଣ୍ଡ ମଧ୍ୟ ଆଘାତ ହୋଇଛି। ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ଏହାପରେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଛନ୍ତି। ସେହିପରି ଶିବା ଗୂଳିରେ ରାୟଗଡ଼ା ଥାନା ଏସଆଇ ରିଗାନ କିଣ୍ଡୋ ଏବଂ ହାବିଲଦାର ଦିଲୀପ ହୋତା ଆହତ ହୋଇଛନ୍ତି।

Share