ଦୁର୍ଦ୍ଦାନ୍ତ ସାଗର ପରିଡା ଏନ୍‌ଏସ୍‌ଏରେ ବୁକ୍‌: ତାଙ୍କ ନାମରେ ରହିଛି ୧୬ରୁ ଊର୍ଦ୍ଧ୍ୱ ମାମଲା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଜେଲରେ ଥିବା ଦୁର୍ଦ୍ଦାନ୍ତ ସାଗର ପରିଡାଙ୍କୁ କମିଶନରେଟ ପୋଲିସ ଏନ୍‌ଏସ୍‌ଏରେ ବୁକ୍‌ କରିଛି। ତାଙ୍କ ନାମରେ ୧୬ରୁ ଊର୍ଦ୍ଧ୍ୱ ମାମଲା ରହିଛି। ବିଶେଷକରି ବୋମା ମାଡ଼, ଦାଦାବଟି, ହତ୍ୟା ଉଦ୍ୟମ, ଡକାୟତି ଭଳି ୧୨ ସଙ୍ଗିନ ମାମଲାରେ ସେ ସମ୍ପୃକ୍ତ ଥିବା ପୋଲିସ କହିଛି। ସାଗର ଜେଲରୁ ବାହାରିବା ପରେ ପୁଣି ଅପରାଧ ଘଟାଉଥିବାରୁ ଏହା କମିଶନରେଟ ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା। ସେ ରହୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆତଙ୍କ ଖେଳାଉଥିଲେ। ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି କମିଶନରେଟ ପୋଲିସ ତାଙ୍କୁ ଗୁରୁବାର ଏନ୍‌ଏସ୍‌ଏରେ ବୁକ୍‌ କରିଥିବା କହିଛି।
ସୂଚନାଯୋଗ୍ୟ, ଗତ ୫ ଦିନ ତଳେ ସାଗର ଡମଣା ଛକରେ ଥିବା ଏକ ମଦ ଦୋକାନରେ ପଶି ମାରଣାସ୍ତ୍ର ଦେଖାଇ ଦାଦାବଟି ମାଗିଥିଲା। ଦୋକାନୀ ବଟି ଦେବାକୁ ମନା କରିବାରୁ ମଦ ବୋତଲ ଫିଙ୍ଗିବା ସହ ହତ୍ୟା ଧମକ ଦେଇଥିଲେ। ଏପରି କି ଦୋକାନ କ୍ୟାସ୍‌ କାଉଣ୍ଟର ଭିତରକୁ ପଶି ଲୁଟ୍‌ ଉଦ୍ୟମ କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଚନ୍ଦ୍ରଶେଖରପୁର ପୋଲିସ ତାଙ୍କୁ ଗତ ସପ୍ତାହରେ ଗିରଫ କରି କୋର୍ଟଚାଲାଣ କରିଥିଲେ। ଦୁଇବର୍ଷ ମଧ୍ୟରେ ୭ଜଣଙ୍କୁ କମିଶନରେଟ ପୋଲିସ ଏନ୍‌ଏସ୍‌ଏରେ ବୁକ୍‌ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri