Categories: ଗଞ୍ଜାମ

ଦୁର୍ଦ୍ଦାନ୍ତ ସୁନୀଲଙ୍କ ନଁ। ରେ ଏନ୍‌ଏସ୍‌ଏ ନୋଟିସ

ବ୍ରହ୍ମପୁର ଅଫିସ,୨୯ା୬-ବ୍ରହ୍ମପୁର ପୋଲିସ ଜିଲାର ୨୫ରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲାରେ ଜଡ଼ିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବେହେରାଙ୍କ ନଁ। ରେ ପୋଲିସ ଏନ୍‌ଏସ୍‌ଏ(ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ) ନୋଟିସ ନଂ. ୨/୧୯ ଜାରି କରିଛି । ଏପରିକି ସୁନୀଲ ଗତ କିଛିଦିନ ତଳେ ରେଳଷ୍ଟେଶନରେ ବୋମା ଧରି ଯାତ୍ରୀମାନଙ୍କୁ ଭୟଭୀତ କରିବା ସହ ଆତଙ୍କ ଖେଳାଉଥିବା ଅଭିଯୋଗରେ ଗୋଷାଣୀନୂଆଗଁ। ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୁନୀଲ ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବେଳେ ପୋଲିସ ଶୁକ୍ରବାର ତାଙ୍କୁ ଏନ୍‌ଏସ୍‌ଏ ନୋଟିସ ଦେଇଥିବା ବେଳେ ଅନ୍ୟପଟେ ତାଙ୍କ ପରିବାର ବର୍ଗଙ୍କୁ ଜଣାଇଛି ବୋଲି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ସୁନିଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଜେଲରୁ ମୁକୁଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏହା ଲାଗୁ ହେଲେ ସେ ୬ ମାସ ପର୍ଯ୍ୟନ୍ତ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ଜଣାପଡିଛି ା ସୂଚନାଯୋଗ୍ୟ, ସେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବା ବେଳେ ତାଙ୍କ ନଁାରେ ବିଭିନ୍ନ ଥାନାରେ ହତ୍ୟା, ଡ଼କାୟତି, ଦାଦାବଟି ଭଳି ଅନେକ ମାମଲା ରହିଛି ।
ତାଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରକାରଙ୍କ ନିକଟକୁ ଚିଠି ଲେଖିଥିବା ଜଣାପଡ଼ିଛି ।