ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ ନ ମିଳିବା ପରିତାପର ବିଷୟ। ସେଥିଲାଗି ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଆଗରୁ ଏହି ଚାଷ କରି ଚାଷୀମାନେ ବେଶ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ସମୟ ଏବଂ ସରକାରୀ ପ୍ରୋତ୍ସାହନ ଅଭାବରୁ ଏମାନଙ୍କୁ ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଚାଷ କରି ମଧ୍ୟ ଏମାନେ କ୍ଷତି ସହୁଛନ୍ତି। ଅକରୁଆ ଗ୍ରାମରେ ପ୍ରାୟ ୩୦୦ ପରିବାର, ଦଧିବାମନପୁର ଗ୍ରାମରେ ପ୍ରାୟ ୧୮୦ ପରିବାର ଏବଂ ଆମ୍ବଗଡିଆ ଗ୍ରାମରେ ପ୍ରାୟ ୨୦ ପରିବାର ମୋଟ ପ୍ରାୟ ୫୦୦ ପରିବାର ନଳିତା ଚାଷ କରିଥାନ୍ତି।
ପ୍ରଥମେ ଖରାଟିଆ ହଳ କରାଯାଇ ମାଟିକୁ ଭଲଭାବେ ଖତ, ଗୋବର ଦିଆଯାଇଥାଏ। ପରେ ନଳିତା ମଞ୍ଜି ବୁଣାଯାଇଥାଏ। ଧିରେ ଧିରେ ଗଛ ବଡ ହେଲେ ପୋକ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ସାର ଓ ବିଷ ପ୍ରୟୋଗ କରାଯାଏ। ଗଛ ପରିପକ୍ୱ ହେଲେ ତାକୁ କାଟି ପାଣି ଥିବା ପାଟ କିମ୍ବା ପୋଖରୀରରେ ପକାଯାଇ ପଚାଇବାକୁ ପଡିଥାଏ। ଗଛରୁ ଝୋଟ ଏବଂ ଖାଡି ଆମଦାନୀ ହୋଇଥାଏ। ଝୋଟ ଓ ଖାଡିକୁ ଶୁଖାଇ ଦୂରଦୂରାନ୍ତ ଛକ ବଜାରରେ ନେଇ ବିକ୍ରି କରାଯାଇଥାଏ। ଝୋଟ କେଜି ୧୫ରୁ ୨୦ ଟଙ୍କା ଏବଂ ଖାଡି ଗୋଛା ୧୦ରୁ ୧୨ ଟଙ୍କା ବିକ୍ରି ହୋଇଥାଏ। ୧ଏକର ନଳିତା ଚାଷ କଲେ ପ୍ରାୟ ୧୪ରୁ ୧୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପ୍ରାୟ ୮ କୁଇଣ୍ଟାଲ ଝୋଟ ଓ ଖାଡି ଆମଦାନି ହୋଇଥାଏ। ଏହି ନଳିତା ଚାଷୀମାନଙ୍କ ପାଇଁ ପ୍ରଶାସନ ତରଫରୁ ଅଦ୍ୟାବଧି ବଜାର ସୃଷ୍ଟି କରାଯାଇପାରିନି। ଦୀର୍ଘ ବର୍ଷ ଧରି ଚାଷୀମାନେ ଏହି ନଳିତା ଚାଷକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିଆସୁଛନ୍ତି। ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ କୀଟ ପୋକ ଆକ୍ରମଣରେ ଚାଷୀମାନେ ବ୍ୟାପକ କ୍ଷତି ସହିଥାନ୍ତି। କିନ୍ତୁ ଏମାନଙ୍କୁ କୌଣସି ପ୍ରଶାସନିକ ସହାୟତା ମିଳେନି। ଏହି ନଳିତା ଚାଷ ଏଠାକାର ମୁଖ୍ୟ ଚାଷ ଅଟେ। ଏହାକୁ ପାଥେୟ କରି ଚାଷୀମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ଏହି ଚାଷ ହ୍ରାସ ପାଇବାରେ ଲାଗିଛି। ଝୋଟରୁ ଚାଷୀମାନେ ବିଭିନ୍ନ ସୁତୁଲୀ, କସ, ଦଉଡି, ଶିକା, ପଘା ତିଆରି କରି ବିକ୍ରି କରିଥାନ୍ତି। ଘରର ଅନ୍ୟ ସଦସ୍ୟ ମଧ୍ୟ ଏପରି ସାମଗ୍ରୀ ତିଆରିରେ ସାହାଯ୍ୟ କରିଥାନ୍ତି। ବର୍ଷ ସାରା ଗୁଜୁରାଣ ଏହି ଚାଷ ଦ୍ୱାରା ମେଣ୍ଟାଯାଇଥାଏ। ନଳିତା ଚାଷ ପାଇଁ ଏହି ଅଞ୍ଚଳ ବେଶ ଜଣାଶୁଣା। କିନ୍ତୁ ଏଠାକର ନଳିତା ଚାଷୀମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ବ୍ଲକ କିମ୍ବା ଜିଲା ସ୍ତରରେ ଅଦ୍ୟାବଧି କୌଣସି ସୁବିଧା କରାଯାଇନି। ଦର ଦାମ ବୃଦ୍ଧି ହେତୁ ଏହି ଚାଷ ପ୍ରତି ଚାଷୀମାନେ ଏବେ ମୁହଁ ମୋଡୁଛନ୍ତି। ସରକାରୀ ସ୍ତରରେ ନଳିତା ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଇବା ନିମନ୍ତେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ: ସ୍କୁଟିରେ ଯାଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ୟୁନିଟ୍‌ ସୋମବାର ସାରେ କେନ୍ଦୁଝର ସହରରେ ଥିବା ହୋଟେଲ ଅଜନ୍ତା ନିକଟରେ ଏକ ସ୍କୁଟି (ଓଡି୦୯ଏଏ ୯୩୪୮)ରୁ ୨...

ଇନ୍ଦିରା ଆବାସ କାର୍ଯ୍ୟାଦେଶ ଠକେଇ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ

କୋକସରା,୪ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୦୦୩ରେ କଳାହାଣ୍ଡି ଜିଲା କୋକସରା ବ୍ଲକରେ ନକଲି ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନ କରି ହିତାଧିକାରୀଙ୍କଠାରୁ ୩ ହଜାର ଟଙ୍କା...

ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି: ଗଣଶିକ୍ଷା ମନ୍ତ୍ରୀ

କୋକସରା/ଜୟପାଟଣା, ୪ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ସୋମବାର ପୁରାତନ ଛାତ୍ର ସମାବେଶ ଆୟୋଜିତ...

ମାଣ୍ଡିପଙ୍କା ଘଟଣା ପରେ ୮ ପଞ୍ଚାୟତବାସୀଙ୍କ ବଢ଼ିଲା ସ୍ବାସ୍ଥ୍ୟ  ଚିନ୍ତା : ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଦାବି 

ଦାରିଙ୍ଗବାଡି,୪।୧୧ (ଅରୁଣ ସାହୁ):  ସ୍ବାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ଜୀବନଯାପନ କରିବାକୁ ସମସ୍ତେ ଚାହାଁନ୍ତି। ଭଲ ମେଡିକାଲରେ ଚିକିତ୍ସା କରାଇବାକୁ ସମସ୍ତେ ଚାହାନ୍ତି। ହେଲେ କନ୍ଧମାଳ...

ସୀମାନ୍ତ ବୋଡୁନୁରରେ ବାଘ ଆତଙ୍କ: ଗାଈ ମୁହଁକୁ କାମୁଡ଼ି ନାଳକୁ ଟାଣି ନେଲା ବାଘ

ମାଲକାନଗିରି,୪ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ କିଛି କିଲୋମିଟର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ବୋଡୁନୁର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ...

ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ୨ ମହିଳାଙ୍କୁ ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟିଛନ୍ତି। ସେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି...

ଦୁର୍ଗମ କୁଟଲାରିରେ ଗାଁରେ ନାହିଁ ମୌଳିକ ସୁବିଧା: ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀଦେଲେ…

ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ବିଏସ୍‌ଏନଏ୍‌ଲର ଅଜବ ନୀତି ଦୀର୍ଘ ଦିନ ହେଲା ମୋବାଇଲ ଟାୱାର ଠିଆ କରାଯିବା ସହ ସରଞ୍ଜାମ, ଯନ୍ତ୍ରପାତି ଖଞ୍ଜା ସରିଲାଣି ବିଦ୍ୟୁତ ପାଇଁ...

ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ, ଘଟଣାସ୍ଥଳରେ ଉତ୍ତେଜନା: ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର,୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଲୋଡିଂ ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri