ଦୁର୍ଦ୍ଦିନରେ ରଙ୍ଗତୁଳୀ କାରିଗର, ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ

ବେଲପଡା, ୨୩ା୪(ଡି.ଏନ.ଏ.)-କରୋନା ଲକ୍‌ଡାଉନ ଯୋଗୁଁ ବଲାଙ୍ଗୀର ଜିଲା ବେଲପଡା ବ୍ଲକ ଅଞ୍ଚଳର ରଙ୍ଗତୁଳୀ କାରୀଗର ଓ ଏଥିରେ ନିୟୋଜିତ ଶ୍ରମିକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବେଲପଡା ମା ବିଣାପାଣି ଆର୍ଟ ଆସୋସିଏଶନ ସଭାପତି ଚନ୍ଦ୍ରମଣି ଦଣ୍ଡସେନା, ସମ୍ପାଦକ ନନ୍ଦୁ କିଶୋର ତାଣ୍ଡିଙ୍କ ନେତୃତ୍ୱରେ ସଂଗଠନର ସଭ୍ୟମାନେ ଗୁରୁବାର ବେଲପଡା ତହସିଲ ଅଫିସ ଆସି ତହସିଲଦାର ପ୍ରିୟରଞ୍ଜନ କୁମାର ଓ ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ କାରିଗର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଧିକାଂଶଙ୍କ ପାଖଷର ରାଶନ କାର୍ଡନାହିଁ। ଏଣୁ ପ୍ରଶାସନ ବ୍ଲକରେ ଥିବା ସମସ୍ତ ରଙ୍ଗ କାରୀଗରଙ୍କୁ ଚିହ୍ନଟ କରି ସହାୟତା ଦେବାର ବ୍ୟବସ୍ଥା କରନ୍ତୁ। ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉ। ବିଡିଓ ସୋରେଙ୍ଗ ଓ ତହସିଲଦାର କୁମାର ରଙ୍ଗତୁଳୀ କାରୀଗରମାନଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କୁ ଜଣାଇବାର ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ସଂଘ ଉପସଭାପତି ବିଘ୍ନରାଜ ସିଂ ନିନା, ସହସମ୍ପାଦକ ଶଙ୍କର ମେହେର, ସୁରେଶ ମହେର, ଶିବ ପ୍ରସାଦ ସା, କ୍ରିଷ୍ନା ପଟେଲ, ରଞ୍ଜିତ ମେହେର, ହରିଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ା