ଦୁର୍ନୀତିଖୋରଙ୍କୁ ଚପଲରେ ପିଟ: ପଞ୍ଚାୟତିରାଜ ମନ୍ତ୍ରୀ

ମାହାଙ୍ଗା,୧୭-୯(ସ୍ବ.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଶୂନ ସହିଷ୍ଣୁତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି। ଏପରିକିି ମାହାଙ୍ଗାରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଯେଉଁମାନେ ଦୁର୍ନୀତି କରୁଛନ୍ତି ସେମାନଙ୍କୁ ଚପଲରେ ପିଟ ବୋଲି ସୋମବାର ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ କୁଆଁପାଳ-ଭେଡା ପୂର୍ତ୍ତ ରାସ୍ତା ଦବିବା ଘଟଣା ସମ୍ପର୍କରେ ଖବର ମିଳିବା ପରେ ଏହାର ତଦନ୍ତ ପାଇଁ ଓ୍ବାର୍କ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରି ନମୁନା ସଂଗ୍ରହ କରିବା ସହ ତଦନ୍ତ ଚଳାଇଛନ୍ତି ା ରିପୋର୍ଟ ଆସିବା ପରେ ଯଦି ଏଥିରେ କାୈଣସି ଅନିୟମିତତା ଥାଏ ତେବେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି। ଏହି ବ୍ଲକରେ ଆଗକୁ ରାସ୍ତାଘାଟ ସମେତ ଅନେକ ଉନ୍ନୟନମୂୂଳକ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ତେବେ ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟରେ କୌଣସି ଅଧିକାରୀ ଲାଞ୍ଚ ମାଗିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ଜେନା ଚେତାବନୀ ଦେଇଛନ୍ତି।

Share