ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ପୁଣି ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୪।୧୦(ବ୍ୟୁରୋ): ପୁଣି ଥରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ୩ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ବସନ୍ତ କୁମାର ବେହେରା, ଦିଲ୍ଲୀପ କୁମାର ନାଗ, ଶରତ ଚନ୍ଦ୍ର ପଣ୍ଡା।

ବସନ୍ତ ଢ଼େଙ୍କାନାଳ ଆର୍‌ଟିଓ ଥିଲେ। ସେହି ସମୟରେ ତାଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଗିରଫ କରିଥିଲା। ଏପରିକି ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ନାମରେ ମାମଲା ରୁଜୁ କରିଥିଲା। ସେହିଭଳି ଦିଲ୍ଲୀପ ପୂର୍ବତନ ଉପ ଅବକାରୀ ଅଧିକାରୀ ଥିବା ବେଳେ ଶରତ ଡେପୁଟୀ କଞ୍ଜରଭେଟର ଭାବେ କାର୍ଯ୍ୟ କରୁଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିଲେ।

Share