ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ନିଲମ୍ବିତ

ଭୁବନେଶର,୧୯।୧୧(ବ୍ୟୁରୋ): ଦୁର୍ନୀତି ଅଭିଯୋଗ ପ୍ରମାଣ ମିଳିବା ପରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ଅର୍ଜୁନ କହଁର ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଜୁନଙ୍କ ବିରୋଧରେ ଗତ କିଛିଦିନ ହେବ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ବିଭାଗ ପକ୍ଷରୁ ମାମଲାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଅର୍ଜୁନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ପୋଲିସ ବିଭାଗ ତାଙ୍କୁ ନିଲମ୍ବିତ କରିଛି।

Share