ମାଲକାନଗିରି,୨୪।୭(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଛକ ୪୧ନଂ. ରାଜ୍ୟ ରାଜପଥକୁ ଦୁର୍ନୀତିର ପ୍ରତିବାଦ ନେଇ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୧ ବର୍ଷ ହେଲା ସେମାନେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଘର ତିଆରି କରିଥିଲେ ସୁଦ୍ଧା ଠିକ୍ ଭାବେ ଏମ୍ଜିଏନ୍ ଆର୍ଇଜିଏ ରେ ଆସୁଥିବା ୧୬ ହଜାର ଓ ବନସ ଟଙ୍କା ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ହିତାଧିକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ଏ ପର୍ଯ୍ୟନ୍ତ ବ୍ଲକ ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି।