ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଲାହୋର,୨ା୭ (ପି.ଟି.): ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ସୋମବାର ଗିରଫ କରାଯାଇଛି। ଜର୍ଦ୍ଦାରୀ ବହୁ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏବେ ନ୍ୟାଶନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନ୍‌ଏବି) ହେପାତଜ୍‌ରେ ଅଛନ୍ତି। ଇସ୍‌ଲାମାବାଦ୍‌ ହାଇକୋର୍ଟରେ ସେ କରିଥିବା ମଧ୍ୟବର୍ତ୍ତିକାଳୀନ ଜାମିନ୍‌ ଆବେଦନ ପ୍ରତ୍ୟାହାର କରିନେବା ପରେ ତାଙ୍କୁ ଗିରଫ କରାଯାଇଛି। ପାର୍କ ଲେନ୍‌ ମାମଲାରେ ଏନ୍‌ଏବି ତାଙ୍କୁ ରିମାଣ୍ଡରେ ନେବାର ସମ୍ଭାବନା ରହିଛି। ଦୁର୍ନୀତି ଯୋଗୁ ଜର୍ଦ୍ଦାରୀଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଥିବା କୁହାଯାଉଛି।

Share