ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ହେବ ସ୍ବତନ୍ତ୍ର କ୍ଲାସ: ମନ୍ତ୍ରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗରେ ପାଠ ପଢୁଥିବା ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ଏବେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯେଉଁମାନେ ପରୀକ୍ଷାରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଣିକି ଭଲ ପ୍ରଦର୍ଶନ କରୁ ନ ଥିବା ପିଲାମାନଙ୍କୁ ସ୍ବତନ୍ତ୍ର କ୍ଲାସ ଜରିଆରେ ପାଠ ପଢ଼ାଯିବ। ଏ ଦିଗରେ ଅଧ୍ୟାପିକା, ଅଧ୍ୟାପକମାନଙ୍କୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଅପରପକ୍ଷରେ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା ବା ଉପସ୍ଥାନ କମ୍‌ ରହୁଥିବା ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଉକ୍ତ ସ୍ବତନ୍ତ୍ର କ୍ଲାସ୍‌ରେ ପାଠ ପଢାଯିବ। ଏନେଇ ରବିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ପ୍ରୋକ୍ଟୋରିଆଲ କ୍ଲାସ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ସ୍ବତନ୍ତ୍ର କ୍ଲାସ୍‌ରେ ମୁଖ୍ୟତଃ ପ୍ରାକ୍ଟିକାଲକୁ ଅଧିକ ଗୁରୁତ୍ୱ ଦିଆଯିବ।

Share