Categories: ଫୁରସତ

ଦୁର୍ବିପାକରୁ ରକ୍ଷା ପାଇଁ ଏହି ମନ୍ଦିରରେ କରାଯାଏ ପୂଜା…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ନୀତି ପାଳନ କରାଯାଇଥାଏ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରୀ ଜିଲ୍ଲାରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଶ୍ରଦ୍ଧାଳୁ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇଁ ବେଙ୍ଗକୁ ପୂଜା କରନ୍ତି। ଲୋକେ ଏହାକୁ ବେଙ୍ଗ ମନ୍ଦିର କୁହନ୍ତି । ମହାଶିବରାତ୍ରୀ ଓ ଦୀପାବଳୀରେ ବେଙ୍ଗ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ମାନସିକ କଲେ ଏଠାରେ ନିଶ୍ଚିତ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିରଟି ୨ ଶହ ବର୍ଷ ତଳେ ଅୟଲ ଶୈବ ସମ୍ପ୍ରଦାୟର ଶାସକଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଜଣେ ତାନ୍ତ୍ରିକ ଏହି ମନ୍ଦିରର ବାସ୍ତୁ ପରିକଳ୍ପନା କରିଥିଲେ। ବାସ୍ତୁ ସଂରଚନା ଉପରେ ଆଧାରିତ ଏହି ମନ୍ଦିର ନିଜର ବିଶେଷ ଶୈଳୀ ପାଇଁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ।

Share