ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ

ସଜନାଗଡ଼, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ବଜାରରୁ ଦୁର୍ବୃତ୍ତମାନେ ଶନିବାର ଅପରାହ୍ନ ସାଢ଼େ ୩ଟାରେ ୪ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ମିତ୍ରପୁର ଟ୍ରକ୍‌ ଆସୋସିଏଶନ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା (ବାବୁ ପଣ୍ଡା) ପେପର ମିଲ୍‌ସ୍ଥିତ ବାଲଗୋପାଳପୁର ଷ୍ଟେଟ୍‌ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇ ନିଜ ବ୍ୟାଗ୍‌ରେ ରଖି ମିତ୍ରପୁର ଆସିଥିଲେ। ନିଜ ବାଇକ୍‌କୁ ମିତ୍ରପୁରରେ ରଖି ଅନ୍ୟ ବ୍ୟକ୍ତି ସହିତ କଥା ହେଉଥିବା ବେଳେ ଆଖି ପିଛୁଳାକେ ଏକ ବାଇକ୍‌ରେ ୨ ଜଣ ଆସି ଗାଡ଼ିରେ ଟଙ୍ଗା ହୋଇଥିବା ଟଙ୍କା ବ୍ୟାଗ୍‌ଟିକୁ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଖବର ଲେଖିଲା ବେଳକୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।